STORYMIRROR

Sudhanjali Mishra

Abstract

3  

Sudhanjali Mishra

Abstract

ଈଶ୍ବର

ଈଶ୍ବର

1 min
298

ଈଶ୍ବର

ହେ ଈଶ୍ବର ! ଅରୂପରେ ରୂପ ତୁମ

ଅଦୃଶ୍ୟ ରେ ଦୃଶ୍ୟ.....

ନିରାକର ପୁଣି ତୁମେ ଅଟଇ ସାକାର ....

ହେ ଈଶ୍ବର ........।।

ଯେତେବେଳେ ଧର୍ମ କ୍ଷୟ ହୋଇଥାଏ

ସେତେବେଳେ ତୁମେ ଜନ୍ମ ନିଅ

ପାପ ଦୁରାଚାର କମାଇବା ପାଇଁ

ରାକ୍ଷାସ ମାନଙ୍କୁ ବଧି ଥାଅ ।।

ସତ୍ୟଯୁଗେ ପରା ଜନ୍ମିଥିଲ ପ୍ରଭୁ

ନୃସି°ହ(ନରସି°ହ)ଚାରି ଅକ୍ଷରଧାରୀ

ବଧିଲ ପିତା ସେହି ହିରଣାଖ୍ୟକୁ

ଅସୁର ଚାରି ଅକ୍ଷରଧାରୀ ।।

ତ୍ରେତୟାରେ ତୁମେ ଜନ୍ମିଥିଲ ପ୍ରଭୁ

ତିନି ଅକ୍ଷର ଧାରୀ ରାଘବ

ବଧିଲ ସେହି ତିନି ଅକ୍ଷରଧାରୀ

ରାବଣ ତା ନାଁ ,ଅଟେ ଦାନବ ।।

ଦ୍ୱ।ପର ଯୁଗେ ଦୁଇ ଅକ୍ଷରଧାରୀ

ଜନ୍ମିଲ ପ୍ରଭୁ ନାମେ ଶ୍ରୀ "କୃଷ୍ଣ"

ଦୁଇ ଅକ୍ଷର ସେ,ଧାରୀ ଅସୁରକୁ

ବିନାଶି, କ°ସ ଧରା ଶ୍ରୀତୋଷ୍ଣ ।।

କଳିଯୁଗେ ପରା ଏକଇ ଅକ୍ଷର

ଜଗତ ନାଥ ନାମ "ଓଁ"କାର

ଏକଇ ଅକ୍ଷର ଦାନବକୁ ନାଶି

ଅହମ୍ କାର ରୂପୀ ମୁଁ "କାର ।।

ଘନ ଅନ୍ଧକାରେ ଅଷ୍ଟମୀ ତିଥିରେ

ଜନ୍ମିଲ ଆଲୋକ ଆଭା ନେଇ

ଏ କଳି ଯୁଗରେ ଅହ°(ମୁଁ) ଅସୁରକୁ

ଧରାପୃଷ୍ଠରୁ ଦିଅ ଦୂରେଇ ।।

ବିଶ୍ବାସରେ ମିଳ ତୁମେ

ତର୍କେ ବହୁଦୂର ....

ଭକ୍ତହୃଦେ ବସତୁମେ

ପ୍ରିୟ ଭକ୍ତଙ୍କର ...ହେ ଈଶ୍ବର ...

ଅଦୃଶ୍ୟ ଶକ୍ତି ତୁମେ ସ୍ରଷ୍ଟା ଜଗତର...

ଆଦ୍ୟ ଓ ଅନ୍ତ ମଧ୍ୟରେ ତୁମେ ॐକାର ....

        


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract