STORYMIRROR

Anupama Sahu

Abstract

4  

Anupama Sahu

Abstract

ଈଶ୍ବର

ଈଶ୍ବର

1 min
420


ହେ ଈଶ୍ଵର

ତୁମେ ପ୍ରାଣମୟ ପ୍ରଣବ ଓଁକାର

ନାଦବ୍ରହ୍ମ ଏଇ ନିଖିଳ ବିଶ୍ଵର

ବେଦ ସୁକ୍ତ ଆଉ ଉପନିଷଦର

ଚ଼ରମବିଶ୍ଵାସ ଭାବନିରାକାର ।


ହେ ଈଶ୍ଵର

ଅମୃତସନ୍ଦେଶ ଶାନ୍ତିପ୍ରବାହର

ଚିର ଆକାଂକ୍ଷିତ ଆତ୍ମଫୁଲର

ସ୍ୱର୍ଣ୍ଣିମ ସ୍ଵାକ୍ଷର ଶୁଦ୍ଧ ଭାବନାର

ଦୁର୍ବାର କାମନା ଦିବ୍ୟ ଜୀବନର ।


ହେ ଈଶ୍ଵର

ଅମର ଔଷଧି ତୁମେ ଯନ୍ତ୍ରଣାର

ଅମ୍ଲାନଆଲୋକ ଆତ୍ମପ୍ରଦୀପର

ବୋଧିଦ୍ରୁମ ତୁମେ ସାଧନାସିଦ୍ଧିର 

ଅଦୃଶ୍ୟ ନାୟକ ବିଶ୍ଵ ବ୍ରହ୍ମାଣ୍ଡର ।


ହେ ଈଶ୍ୱର

ପବିତ୍ର ହବନ ଜୀବନ ଯଜ୍ଞର

କୁଣ୍ଡଳିନୀ ଶକ୍ତି ତୁମେ ଏ ପିଣ୍ଡର

ସ୍ନିଗ୍ଧ ତରୁ ଛାଇ କଳ୍ପ ପାଦପର

ମଧୁର ସୁବାସ ଜୀବନ ପୁଷ୍ପର ।


ହେ ଈଶ୍ଵର

ତୁମେ ତ ନାଉରୀ ଭବସାଗରର

ପ୍ରଲୟ ପୟୋଧୀ ତୁମ ସୃଜନର

ବିଶ୍ୱ ରଙ୍ଗମଞ୍ଚେ ତୁମେ ସୂତ୍ରଧର

ଚାକ୍ଷୁଷ ପ୍ରମାଣ ପ୍ରେମପ୍ରଣୟର ।


ହେ ଈଶ୍ଵର

ତୁମେ ସତ୍ୟ ଶିବ ତୁମେ ହିଁ ସୁନ୍ଦର

ତୁମେ ପରା ବନ୍ଧୁ ନିଃସ୍ୱ ଜନତାର

ପ୍ରାଣର ପ୍ରବାହ ସପତ ସୁରର

ସିଦ୍ଧ ସନାତନ ପ୍ରପନ୍ନ ପୁଣ୍ୟର ।


ହେ ଈଶ୍ଵର

 ଶୁଭ ଶଙ୍ଖ ନାଦ ଆତ୍ମ ମନ୍ଦିରର

ରଜତ ଶୁଭ୍ର ଜୋଚ୍ଛାନା ଜହ୍ନର

ତୁମେ ପରମାଣୁ ଶକତି ଅଣୁର

ତୁମେ ପାରିଜାତ ହୃଦ କାନନର ।


ହେ ଈଶ୍ୱର

ତୁମେ ପୂର୍ଣ୍ଣ ରୂପ ଆନନ୍ଦ ପ୍ରୀତିର 

ମୁକ୍ତ ଚେତନା ମୁମୁକ୍ଷୁ ହୃଦର

ତୁମେ ଅନ୍ତର୍ଯ୍ୟାମୀ ସମସ୍ତ ଜୀବର

ନିବିଡ ବନ୍ଧନ ଜଡ ଚେତନର ।


ହେ ଈଶ୍ୱର

ଆକାଶର ସ୍ତମ୍ଭ ଉତ୍ତାପ ଅଗ୍ନିର

ବିକ୍ଷୁବ୍ଧ ଲହରୀ ସାଗର ବୁକୁର,

ତୁମେ ପ୍ରତିବିମ୍ବ ସ୍ଵଚ୍ଛ ଅଇନାର

ତୁମେ ହିଁ ଆକାର ବିଶ୍ଵପ୍ରକୃତିର ।

 

ହେ ଈଶ୍ଵର

ତୁମେ ମୂଳାଧାର ସ୍ଥିତି ପ୍ରଳୟର

ତୁମେ ହିଁ ସ୍ରଷ୍ଟା ସୂଷ୍ଟି ପ୍ରାଣ ଧାର

ଅନନ୍ତ ଆକାଶେ ଜ୍ୟୋତିଚ଼ପଳାର

ସୀମାହୀନବ୍ୟାପ୍ତି ତୁମେଭୂଲୋକର ।


ହେ ଈଶ୍ଵର

ଶ୍ରେଷ୍ଠ କର୍ମକାର ଲୌକିକ ସୃଷ୍ଟିର

ଚିର ଇପ୍ ସୀତ ମୁକତିକାମୀର

ତୁମେ ଦିବ୍ୟ ଦୃଷ୍ଟି ଦୃଷ୍ଟିହୀନର 

ତୁମେ ଶଦ୍ଦବ୍ରହ୍ମ କବି କବିତାର ।


Rate this content
Log in

Similar oriya poem from Abstract