ଈଶ୍ୱର
ଈଶ୍ୱର
ସର୍ବ ଶକ୍ତିମୟ ସର୍ବ ଲୀଳାମୟ
ସର୍ବ ଘଟେ ପ୍ରତି ପ୍ରାଣ
ଯାହା ଇସାରାରେ ଏ ସାରା ବ୍ରହ୍ମାଣ୍ଡ
ଆତଯାତ ପ୍ରତିକ୍ଷଣ
ଜାଣ, ଈଶ୍ୱରଟି ତାଙ୍କ ନାମ ।
ସୂର୍ଯ୍ୟ, ଚନ୍ଦ୍ର, ତାରା, ଗ୍ରହ ଓ ନକ୍ଷତ୍ର
ଯା ଦୟାରେ ଆତଯାତ
ବହଇ ପବନ ପକୃତି ପାଳନ
ତ୍ରୁଟି ନାହିଁ ତିଳେ ମାତ୍ର
ନାହିଁ ରୂପ ରେଖ ଅସୀମ ଅନନ୍ତ
ଅଦ୍ୱୈତ ଅପାର ନାମ ।
ମଧୁ ଠାରୁ ମିଠା ସେ ମଧୁସୂଦନ
ନ ଚାଖି ଅମୃତ ପରି
ଚକ୍ରହସ୍ତ ନାମ ସ୍ୱରୂପ ବିହୀନ
ଅନୁଭବେ ଦଇତାରୀ
ଶ୍ରୀ ବତ୍ସ ଶ୍ରୀ ଧର ସତ୍ୟଶ୍ରେୟ ନାମ
ଶୂନ୍ୟେ ବୁଲେ ସୁଦର୍ଶନ ।
ଯାହାଙ୍କର ଲୀଳା ବିଚିତ୍ରମୟ ହେ
ବିଚିତ୍ର ଏହି ସଂସାର
ସବୁ କରୁଥିବୁ କିଛି ନେବୁ ନାହିଁ
କେବଳ ନାମ ଈଶ୍ୱର
ତାର ଦୟା ହେଲେ ମିଳଇ ମୁକତି
ଦୟାବନ୍ତ ତ୍ରିବିକ୍ରମ ।
