STORYMIRROR

Ajit Kumar Raut

Abstract

4  

Ajit Kumar Raut

Abstract

ଈଶ୍ୱର

ଈଶ୍ୱର

1 min
537

ଈଶ୍ୱର ରଚନା ମୃତ୍ୟୁ ଧାମ ଏହୁ ନାହିଁ ଚିରସ୍ଥାଇ କିଛି, 

ସମୟ ନିଶ୍ଚିତ କପାଳ ଲିଖିତ ହୋଇବଟି ସବୁକିଛି।


ଅଗଚର ତାଙ୍କ ଅପୂର୍ବ ମହିମା ନବୁଝି ପାରନ୍ତି କେହୁ,

ସେହୁ ହିଁ ଈଶ୍ୱର ସୃଷ୍ଟିର ନିର୍ମାତା ଅଟନ୍ତି ପ୍ରମାତ୍ମା ସେହୁ।


ଜୀବ ପ୍ରାଣୀ ସବୁ ସୃଷ୍ଟି କରିଛନ୍ତି ପୃଥିବୀର କାର୍ଯ୍ୟ ପାଇଁ,

ଜ୍ଞାନ କର୍ମ ଭକ୍ତି ଜୀବ ମଧ୍ୟେ ଦେଲେ ଜଗତ ନିର୍ମାଣ ପାଇଁ।


ସେବା ମନ୍ତ୍ର ତାଙ୍କ ରାଷ୍ଟ୍ରର ନିର୍ମାଣେ ଜନହୀତେ କାର୍ଯ୍ୟପାଇଁ,

ନିସ୍ବାର୍ଥର ମନ୍ତ୍ର ଦେଲେ ସେ ତହିଁରେ ରାଷ୍ଟ୍ରର ନିର୍ମାଣ ପାଇଁ।


ସତ୍ୟ ଧର୍ମ ଭକ୍ତି ଦେଲେ ସେ ଜନଙ୍କୁ କର୍ତ୍ତବ୍ୟ ହିଁ କଲେ ତାଙ୍କ

ମନୁଷ୍ୟ ଜୀବନ ସାର୍ଥକ ନିମନ୍ତେ କର୍ମଜ୍ଞାନ ଦେଲେ ତାଙ୍କ।


କଳେବର ଯାହା ଭୁମଣ୍ଡଳେ ଏହୁ ଈଶ୍ୱର ଭିଆଣ ସବୁ,

ନିରାକାର ସେହୁ ଅଦୁର୍ଶେ ରହିଣ କରୁଛନ୍ତି ନୀଳା ସବୁ।


ଈଶ୍ବର ହିଁ ଆତ୍ମା ପ୍ରମାତ୍ମା ଭି ସେହୁ ଜୀବନରେ ସର୍ବୋପରି,

ତାଙ୍କବିନା ଗତି ନାହିଁଟି କାହାରେ ନୂହେକେହୁ ତାଙ୍କ ପରି।


ଦାନବ ମାନବ ଗଛପତ୍ର ଲତା ପାହାଡ଼ ଶିଖର ଆଦି,

ପୁଷ୍ପ ଫଳ ଆଦି ସୃଷ୍ଟି ହିଁ ତାଙ୍କର ଗଭୀର ସମୁଦ୍ର ଆଦି।


କୋଟି କୋଟି ଜୀବ ଭିଆଣ ତାଙ୍କର ଜଗତ କଲ୍ୟାଣ ପାଇଁ,

କର୍ମ ପଥେ ସବୁ କର୍ମ କରୁଛନ୍ତି ବିଶ୍ବର ନିର୍ମାଣ ପାଇଁ।


ଈଶ୍ବର ହିଁ ଭକ୍ତି ଈଶ୍ୱର ହିଁ ଶକ୍ତି ଜ୍ଞାନର ପ୍ରଦୀପ ସେହୁ,

ସମର୍ପଣ ଭାବ ଈଶ୍ୱର ଚରଣେ କର୍ତ୍ତବ୍ୟର ପଥ ସେହୁ।


ନିରାକାର ସେହୁ ନିରଞ୍ଜନ ସେହୁ ଭକ୍ତିର ଚରଣ ସେହୁ,

ପଦଯୁଗଳରେ ଭକ୍ତି ନିତ୍ୟେ ରହୁ କୃପାସିନ୍ଧୁ ପ୍ରଭୁ ସେହୁ।


ଈଶ୍ବର ହିଁ କୃଷ୍ଣ ଈଶ୍ୱର ହିଁ ରାମ ଈଶ୍ୱର ହିଁ ଜଗନ୍ନାଥ,

ଭକ୍ତିହିଁ ମନୁଷ୍ୟେ ଜୀବନେ କର୍ତ୍ତବ୍ୟ ସେହୁହିଁ ଜଗତନାଥ।


ଈଶ୍ୱର ରଚନା ମୃତ୍ୟୁ ଧାମ ଏହୁ ନାହିଁ ଚିରସ୍ଥାଇ କିଛି,

ସମୟ ନିଶ୍ଚିତ କପାଳ ଲିଖିତ ହୋଇବଟି ସବୁ କିଛି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract