STORYMIRROR

Birakishore Nayak

Inspirational

4  

Birakishore Nayak

Inspirational

ଈଶ୍ୱର

ଈଶ୍ୱର

1 min
591

ସାରା ସଂସାରର ସରଜନା କିଏ

  କରିଛି ଏତେ ସୁନ୍ଦର ?

କର୍ତ୍ତା, କାରଣ ଓ କ୍ରିୟା ବିନା ସୃଷ୍ଟି

   ଚାଲିବ କି ନିରନ୍ତର ?


ଏ ସବୁ ପ୍ରଶ୍ନର ସମାଧାନ ପାଇଁ

   ଧର୍ମଶାସ୍ତ୍ର ବାଣୀ ସତ୍ୟ,

ବିଶ୍ୱରେ ବିଭିନ୍ନ ଧର୍ମ ରହିଲେ ବି

   ଏକେଶ୍ୱର ପ୍ରମାଣିତ |


ଖ୍ରୀଷ୍ଟଧର୍ମ କହେ ଘୋଷ୍ଟ ବୋଲି ତାଙ୍କୁ

   ମୁସଲିମ ଆଲ୍ଲା କହେ,

ହିନ୍ଦୁ ଧର୍ମ କହେ ବ୍ରହ୍ମ ବୋଲି ତାଙ୍କୁ

   ଈଶ୍ୱର ହିଁ ଏକା ସିଏ |


ବୈଦିକ ଧର୍ମର ଯେତେ ମୁନିଋଷି

   କହିଛନ୍ତି ନିର୍ବିଶେଷେ,

ଈଶ୍ୱରଙ୍କ ସ୍ଥିତି ସତ୍ୟ ଚିରନ୍ତନୀ

   ଚିରଶାନ୍ତି ସେ ପରଶେ |


ଈଶ୍ୱର ଅନନ୍ତ ନାହିଁ ଆଦିଅନ୍ତ

   ସୂକ୍ଷ୍ମ ଶରୀର ତାଙ୍କର,

ସର୍ବବ୍ୟାପ୍ତ ସିଏ ପୁରି ରହିଛନ୍ତି

   ସମସ୍ତଙ୍କୁ ଅଗୋଚର |


ଚେତନ ସର୍ବଦା ରହିଥାନ୍ତି ସିଏ

   ନିଅନ୍ତି ନାହିଁ ବିଶ୍ରାମ,

ପ୍ରତି ହୃଦୟରେ ରହିଥିବା ହେତୁ

   ହୁଅନ୍ତି ଅନ୍ତରତମ |


ବିଶ୍ୱ ମହାବିଶ୍ୱ ଅନ୍ତରୀକ୍ଷ ଠାରୁ

   କେତେ କେତେ ନିହାରିକା,

ସବୁ ରହିଛନ୍ତି ତାଙ୍କରି ଗରଭେ

   ସିଏ ଜାଣିଛନ୍ତି ଏକା |


ସତ୍ୱ, ରଜ, ତମ ତ୍ରିଗୁଣାତୀତ ସେ

   ନିରବିତ ସଦା ସ୍ଥିର,

ନାହିଁ ତାଙ୍କ ଗତି ଅଚଳ ଅଟଳ

   ସ୍ରଷ୍ଟା ସେ ସଂସାରର |


ହିରଣ୍ମୟ ସିଏ ପୁଞ୍ଜିଭୂତ ଜ୍ୟୋତି

   ଭରା ତାଙ୍କଠାରେ ଅଛି,

ସୃଷ୍ଟି ଓ ପ୍ରଳୟ ତାଙ୍କ ହାତେ ଅଛି

   ଧର୍ମଶାସ୍ତ୍ର କହିଥାନ୍ତି |


ସିଏ ଦୟାମୟ ସିଏ ବି ନିଷ୍ଠୁର

   କର୍ମଫଳ ପ୍ରଦାନରେ,

ସିଏ ଯେ ସ୍ୱାଧୀନ ଜୀବ ପରାଧୀନ

   ଥାଏ ତାଙ୍କ ଅଧୀନରେ |


କଠୋର ତପସ୍ୟା ବଳେ ଜାଣିହୁଏ

   ମିଳଇ ସାକ୍ଷାତକାର,

ଜୀବତ୍ମା ମିଶଇ ବ୍ରହ୍ମ ଦେହେ ଯାଇ

   ହୁଅନ୍ତି ସେ ଏକାକାର |


ମହାକାଳ ସିଏ ସମୟ ବି ସିଏ

   ବୁଝିହୁଏ ଅନୁଭବେ,

ତାଙ୍କ ଛଡା ଗତି ନାହିଁ ଏ ସଂସାରେ

   ସବୁ ତାଙ୍କ ପରଭବେ |



Rate this content
Log in

Similar oriya poem from Inspirational