STORYMIRROR

Prafulla Chandra Mishra

Tragedy

4  

Prafulla Chandra Mishra

Tragedy

ଈଶ୍ୱର ଙ୍କ ପାଇଁ ପତ୍ର

ଈଶ୍ୱର ଙ୍କ ପାଇଁ ପତ୍ର

1 min
193


ମାନନୀୟ ଈଶ୍ୱର ହେ ଘେନ କୋଟି ପ୍ରଣାମ

ଆଶା କରେ ଭଲଥିବେ ନୀଳାଦ୍ରି ରେ ଆପଣ

ମୋ କଥା କିବା ଲେଖିବି ତୁମକୁ କି ଅଜଣା

ବନ୍ଦୀ କରି ରଖିଛି ୟେ ମହାମାରୀ କରୋନା ।


ଚନ୍ଦନ ଯାତ୍ରା ସରିଲା ୟେ ସ୍ନାହାନ ପୂର୍ଣ୍ଣମୀ

ଆସି ଉପଗତ କିନ୍ତୁ ମୁଁ’ତ ଯାଇପାରୁନି

ରଥ ଯାତରା କରିବ କରିଲଣି ପ୍ରଚାର

ବାରଣ କରିଛ ନଯିବାକୁ ଶୀରିକ୍ଷେତର ।


ବଡ଼ ଦେଉଳିଆ ଦିଅଁ ମୁଁ କରିଥିଲି ଆଶା

ଯାଇଥାନ୍ତି କହିବାକୁ ଭୋଗେ ଯେତେ ଦୁର୍ଦ୍ଦଶା

ସ୍ନାହାନ ମଣ୍ଡପେ ଅବା ରଥପରେ ଦେଖିବି

ସାକ୍ଷାତରେ ସବୁକଥା ତୁମକୁ ମୁଁ କହିବି ।


ବର୍ଷ ବର୍ଷ ଧରି କିଆଁ କରିଦେଲ ବାରଣ

ଶ୍ରୀମନ୍ଦିରେ ଯାଇ ଥରେ କରିବାକୁ ଦର୍ଶନ

ହତାଦର ଏତେ କିଆଁ କରୁଛ ଲକ୍ଷ୍ମୀ ସାଇଁ ‌

ଭାବିଥିଲି ବୁଝିଥାନ୍ତ ହେ ଏସବୁ କିମ୍ପାଇଁ ।


ଦୀନବନ୍ଧୁ ମହାବାହୁ ହେ ଭକତ ବତ୍ସଳ

ନିରାଶ୍ରୟ ଆମେ କିମ୍ପା କୁହ ଆଦିମୂଳ 

ପ୍ରତିକାର କରିବ ମୋର ଏହି ପତ୍ର ପାଇ

ଇତି ଦାସାନୁ ଦାସ ତୋର ଆହେ ଭାବଗ୍ରାହୀ ।


Rate this content
Log in

Similar oriya poem from Tragedy