STORYMIRROR

Sunanda Mohanty

Abstract

2  

Sunanda Mohanty

Abstract

ଇଏବି କବିତା

ଇଏବି କବିତା

1 min
157

ଗୃହ ଶତ୍ରୁ ବିଭୀଷଣ ଯୋଗୁଁ ଲଙ୍କା ହେଲା ଛାରଖାର

ଭଲ ହେଉ ଅବା ମନ୍ଦ ଥିଲା ତ ଏଡ଼େ ନଅର

ମାଆ କୈକେଇ ବନିଗଲେ ଯେବେ ଗୃହଶତ୍ରୁ ରାମଙ୍କର

ଅଯୋଧ୍ୟା ନଗରୀ ବିଳାପି ଉଠିଲା, ହୋଇଗଲା ସବୁ ଛାରଖାର

ଭଲ ଅବା ମନ୍ଦ ଗୃହ ଶତ୍ରୁଯୋଗୁଁ ଭଲ ହୁଏ କେବେ କାର

ଭାଇଭଉଣୀ ରେ ବି ଅଛନ୍ତି ଏମିତି କେତେ କୋଉଠି କାହାର

ସ୍ୱମୀପଛେ ମରୁ ସଉତୁଣୀ ବିଧବା ହେଉ, ଏହି ଇଛାରେ ତାଙ୍କର

ସମ୍ପର୍କ ଡୋର କୁ ଭାଙ୍ଗିବା ପାଇଁକି ଲାଗେନା ତାଙ୍କୁ ଉଛୁର

ଉପରେ ଉପରେ ଭଲ କଥା କହି କାଟୁଥାଆନ୍ତି ସଦା ଚେର

ତୋ ଆଗରେ ସତ ତା ଆଗରେ ମିଛ

ଭାଇ ଭଉଣୀର କରନ୍ତି ଅଲଗା ଅଲଗା ବିଚାର

ଭାଇ ଟି ମୋହର ଭଲରେ ରହୁ ଭାବିବା ଉଚିତ ବେଭାର

ଭାଇଠାରୁ ଭଉଣୀ ଆଗେଇ ନଯାଉ ଭାବିବା କି ଠିକ କାର

ନୀଚ୍ଚ ଭାବନା ଆଉ ଦୁର୍ଭାବନା ଭିତରେ ସେ କହେ ସଦା ସଭିଙ୍କର

ହେଲେ ମହତ ଉଦେଶ୍ୟ ଯାହାର ସେ ସଭିଙ୍କ ଭଲପାଇଁ

ପାଣି ଢାଳୁଥାଏ ଚଉରା ମୂଳର.



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract