STORYMIRROR

Chinmayee Kanta

Romance Inspirational Others

4  

Chinmayee Kanta

Romance Inspirational Others

ଇଏ କି ଦ୍ଵିଧା......

ଇଏ କି ଦ୍ଵିଧା......

1 min
271

ଇଏ କି ଦ୍ଵିଧା ମୋ ହୃଦୟ ମଧ୍ୟର

ସହି ପାରୁ ନାହିଁ ଜମା

କେଉଁ ପାଇଁ ମୋର ମନ ଦେଲି ତାକୁ

ଛାତି ଥରା ଏ ଯନ୍ତ୍ରଣା l


ବୁଝିବାରେ ଥିଲା କି ଭୁଲ ମୋହର

ସମୟ ବିତିଲା କେଇ

ଚିହ୍ନିପାରି ନେଲି ସେଇ ଛଳନା

ତୁମ ସାଥେ ରହି ରହି l


କେତେ ମିଛ କଥା, ମିଛ ପ୍ରତିଶୃତି

ସହଜରେ ଦେଲ ମତେ

ମିଛକୁ ମୁଁ କେବେ ସତ ମାନିନେଲି

ସାଜିଲି ହୃଦୟ ସଙ୍ଗିତେ l


ମିଛ ମୋହମାୟା ମଝିରେ ପଶିଲି

ଧୀରେ ଧୀରେ ଅତି ଆନନ୍ଦରେ

ଆନନ୍ଦ କେବେ ମୋ ଅଶ୍ରୁ ଢାଳିଦେବ

ଭାବିନଥିଲି କେବେ ମୋ ସପନରେ l



Rate this content
Log in

Similar oriya poem from Romance