STORYMIRROR

Ghanashyam Biswal

Inspirational

3  

Ghanashyam Biswal

Inspirational

ଇଚ୍ଛାହୁଏ

ଇଚ୍ଛାହୁଏ

1 min
328

ବେଳେବେଳେ ଇଚ୍ଛା ହୁଏ

ନଦୀ ପରି ହେବି

ପଥରକୁ କାଟିଦେଇ

ଆଗକୁ ବଢ଼ିବି l


ଇଚ୍ଛା ହୁଏ ପୁଣି ଥରେ ହେବାକୁ ଆକାଶ

ହସୁଥିବି ତାରାସଙ୍ଗେ ଦେଖାଇ ଆଲୋକ

ଜାଣିଛି ମୁଁ ମେଘ ଆସି କଷ୍ଟ କେତେ ଦିଏ

ପୁଣି ନୂଆ ଆଶା ନେଇ ସୁରୁଜ ବି ଉଏଁ l


ମନେ ମୋର କେତେ ଇଚ୍ଛା

ଫୁଲଟିଏ ହୋଇ

ହସୁଥିବି ମନଭରି

ସଭିଙ୍କୁ ମହକାଇ l


ଇଚ୍ଛା ହୁଏ ଦିନେ ମୁହିଁ

ସୈନିକ ଯେ ହେବି

ଦେଶ ପାଇଁ ଜାତି ପାଇଁ

ପରାଣ ମୋ ଦେବି l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational