STORYMIRROR

Alaka Dash

Classics

2  

Alaka Dash

Classics

ହଟିଆ ଠାକୁର

ହଟିଆ ଠାକୁର

1 min
116

  

ହଟ କେତେ କରୁ ହଟିଆ ଠାକୁର 

   ବଡ଼ ଦେଉଳରେ ରହି, 

ବାର ମାସେ ତେର ଯାତରା କରୁଛୁ 

    ସଂଗେ ତୋ ଭଉଣୀ ଭାଇ ।

ନୀଳା ଚଳିଆରେ ନୀଳ ପରବତେ 

   ନୀଳ ନୀଳ ଲହରୀ ମାଳେ, 

ନିତି ଖେଳୁ ଥାଉ  ନୂଆ ନୂଆ ଖେଳ 

    ଭକତ ସାଥୀର ମେଳେ ।

କଳାଚାନ୍ଦ ମୋର  ମନର ମୁକୁନ୍ଦ 

   ଆହା ! କି ସୁନ୍ଦର ଠାଣି, 

ମୋ ମନରେ ବସି ଖେଳୁଥା ଧନରେ 

   ମୁଁ ତୋ ସ୍ନେହ ରଂକୁଣି ।

ତୁ ଥିଲେ ମୋର  ସବୁ ଅଛିରେ 

   ଆଉ କିଛି ଲୋଡ଼ା ନାହିଁ, 

ଏ ମନ ମନ୍ଦିରେ  ବାସ କର ତୁହି 

    ଜୀବ ଯାଉ ତୋତେ ଚାହିଁ ।।


Rate this content
Log in

Similar oriya poem from Classics