STORYMIRROR

Anil kumar Pradhan

Abstract

2  

Anil kumar Pradhan

Abstract

ହତାସ

ହତାସ

1 min
275

ପାଠ ପଢାପଢ଼ି ଏଯାଏ ସରିନି

ଚାକିରୀ କରିବା ଛାଡ଼

ଏ ସଂସାର ସାରା ଯାହା ଶୁଭାଯାଏ

ଶୁଣି ହାଡ କଡ଼ମଡ଼

ଚାରିଆଡେ ଖାଲି ଡିଣ୍ଡିମ ବାଜୁଛି

ଚାକିରୀ ବାହାରୁ ନାହିଁ

ଶିକ୍ଷିତ ବେକାରୀ ଦାଦନ ଖଟୁଛି

ଜନ୍ମଭୂମି ଛାଡ଼ିଦେଇ

ଠାଣେ ଠାଣେ ମଦ ପିଇକି ପଡ଼ନ୍ତି

ଜଣା ଶୁଣା ଜ୍ଞାନୀ ଗଣ

ସରକାର ଦୋଷ ଜାଣିକି ହତାସ

ସମାଜେ ଶିକ୍ଷିତ ଜନ

ଭାବୁଛି ଚାକିରୀ ନମିଳିଲେ କିଛି

ଗାଁକୁ ଯିବି ପଳେଇ

ପାଠୁଆ ଶ୍ରମିକ ନହୋଇ ବାହାରେ

ଚାଷି ଗୋଟେ ଯିବି ହୋଇ

ସଭିଏଁ କୁହନ୍ତି ଚାଷି ପରା ଆମ

ଜଗତର ଭାତ ଥାଳି

ତା' କର୍ମକୁ ଟିକେ କରିକି ଜାଣିବା

ଏଥର ଆମରି ପାଳି



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract