STORYMIRROR

pranati Mahapatra

Abstract

2  

pranati Mahapatra

Abstract

ହସୁଛି ଗାଁ, ହସେ ବି ମାଆ

ହସୁଛି ଗାଁ, ହସେ ବି ମାଆ

1 min
2.7K

ହସୁଛି ମାଆ ହସିଉଠେ ପୁଣି

ଆଜି ପରା ତା କୋଳ,

ଫେରି ପାଇଛି ସେ ହଜିଲା ଦିନର

ମମତାର କୋଳାହଳ।

ହସୁଛି ତ ଦେଖ ଗାଆଁ ଦାଣ୍ଡ ଆଜି

ପାଇ ତାର ରଙ୍କନିଧି,

ଦୂର ରାଇଜରୁ ବାହୁଡି ଆସିଛନ୍ତି

ପୁରି ଉଠେ ଭାଗବତ ଟୁଙ୍ଗି।

କରୋନା ଆତଙ୍କେ ଆତଙ୍କିତ ହୋଇ

ପଛକୁ କରି କର୍ମସ୍ଥଳ,

ପୁତ୍ରକନ୍ୟା ସ୍ତ୍ରୀ ଧରି ବାହୁଡିଛି

କରି ଆସରା ତା ମାଆ କୋଳ।

ମାଆ ବି ହସୁଛି ଗାଁ ବି ହସୁଛି

ହସୁଛନ୍ତି ବଂଶଧର,

ଏମିତି ସମୟ ଆସିବ ବୋଲି ମାଆ

ପରତେ ନ ଥିଲା ହୃଦେ ତାର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract