Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pramila Mohanty

Inspirational

3  

Pramila Mohanty

Inspirational

ହସିବ ଧରା

ହସିବ ଧରା

1 min
159



ହସିବ ଏ ଧରା

କାଶତଣ୍ଡି ,ମଧୁମାଳତୀର

 ବାନ୍ଧି ଦେବ ସମାବେଶ

ଭରିଦେବ ଏ ଧରା ବକ୍ଷେ

ମଧୁମୟ ଆହ୍ଲାଦ ଭରା

 ଖୁଲି ଖିଲି ହସ

 ମନର ନିବୃତ୍ତ

କୋଠରୀ ହୋଇ ଉଠିବ

ଉଚ୍ଚାଟ ଖୋଲି ଦେବଦ୍ବାର

ଉଡ଼ିବୁଲି ମୁକ୍ତ କଣ୍ଠରେ

 କହିଦେବ ନିଜ

ମନର ଅବ୍ଯକ୍ତ ସାଇତାଭାଷା

ଧରାବକ୍ଷକୁ ଅବତୀର୍ଣ୍ଣ

ହୋଇବେ ମା ଦଶଭୂଜା

ବିପଦ ନାଶିନୀ ମା

 ଜଗତ ଜନନୀ ।

ବିଦ୍ୟୁତ ବେଗରେ ଜଳିଉଠିବ

ଝିଲ୍ ମିଲ୍ ଆଲୋକର ମାଳା

ନିର୍ଝରଣୀ କଳକଳ ନାଦିନୀ

ଗାଈବ ଆଗମନୀ ଗୀତ

ବିହଙ୍ଗ ସୁଲଳିତ କଣ୍ଠସ୍ଵରେ ଗାଇବ ମନଲୋଭା ଗୀତ

ତରୁଗଣ ପୁଷ୍ପ ର ସମ୍ଭାର ନେଇ

ଆଞୁଳା ଭରି କରିବେ ସ୍ବାଗତ

ଆକାଶରେ ଢାଳିଦେବ

‌ରୂପା ଜହ୍ନ ଶୁଭ୍ର ଆଲୋକ ଉଦୟ ତପନ ସ୍ଵାଗତ

‌କରି ଢାଳିଦେବ

 ସୁବର୍ଣ୍ଣ ଅର୍ଘ୍ଯ



Rate this content
Log in

Similar oriya poem from Inspirational