STORYMIRROR

Niranjan Sahu

Inspirational

3  

Niranjan Sahu

Inspirational

ହସ

ହସ

1 min
377

ହସ ନୁହେଁ ଭାଇ ଦୁଇଟି ଅକ୍ଷର     

       ହସ ହିଁ ମନର ଶାନ୍ତି

କହିପାରିବ କି କିଏ ହସିପାରେ

     ମନ ରେ ଥିଲେ ଅଶାନ୍ତି,


ଯେତେ ଜାହାଥାଉ ଅବା ନଥାଉ

        ମିଳିବନି ଟିକେ ହସ

ମନରେ ଶାନ୍ତି ବସାବାନ୍ଧିଲେ ହିଁ

      ମନରେ ଆସିବ ହସ,


ଧନୀ ହେଉ ଅବା ଗରିବ ହେଉ

       ହସ ହିଁ ଅମୂଲ୍ୟ ଧନ

ହସ ହିଁ ଶକ୍ତି ହସ ହିଁ ମୁକ୍ତି

     ହସ ହିଁ ଅଟେ ଜୀବନ,


ଖୁସିରୁ ହିଁ ହସ ସୃଷ୍ଟି ହୋଇଥାଏ

     ଖୁସି ହିଁ ପ୍ରକୃତ ଜୀବନ

ସବୁ ଥାଇ ଯଦି ମନେ ଖୁସି ନାହଁ

    ସେ ଜୀବନ ମରଣ ସମାନ,


ଯାହା ବି ଅଛି ଯେତିକି ବି ଅଛି

   ଯିଏ ସେତିକିରେ ଖୁସି ହୋଇଲା

ତାହାର ଜୀବନ ଖୁସିରେ କଟିବ

      ସିଏ ହିଁ ହସ କୁ ଜିତିଲା,


ହସ ମାନେ ନାହିଁ ଧନୀ ଓ ଗରିବ

     ହସ ପାଖେ ସବୁ ସମାନ

ଧନୀ ବି ମରିବ ଗରିବ ମରିବ

     ଜୀବନ ଟା ଅଟେ ସମାନ,


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational