STORYMIRROR

Chinmaya Kumar Nayak

Abstract

3  

Chinmaya Kumar Nayak

Abstract

ହସ

ହସ

1 min
11.7K

କେବଳ ଓଠ ଧାରେ ନୁହେଁ

ଆଖିର ଚମକରେ, ମୁଖର ଭଙ୍ଗୀରେ

ଭାବନାର ଉଦବେଳନେ ଥାଏ ହସ,

ଓଜନିଆ ଅବସାଦ ଯେତେ

ଉଡିଯାଏ ବାଷ୍ପୀଭୁତ ହୋଇ

ହସିଦେଲେ ମନଖୋଲି ତିଳେ

ଅବା କାହା ମୁଖେ ଦେଖିଦେଲେ ହସ

ଲିଭିଯାଏ ଜୀବନର ସହସ୍ର ପରାସ।


ଭାଙ୍ଗିଯାଏ ଅଭିମାନର ଶତ ଆବରଣ

ତୁଟିଯାଏ କ୍ରୋଧ ଇର୍ଷା ବିଦ୍ୱେଷର ମୁଖା

ସବୁଭୁଲି ହସିଦେଲେ ଥରେ

ଶତ୍ରୁ ଦିନେ ମିତ୍ର ସାଜି

ସନ୍ଧି କରେ ହସ୍ତେ ଦେଇ ହସ୍ତ।


ସୁନିର୍ମଳ ହସ ସାଜେ

ଭାବ ବିନିମୟର ସହଜ ମାଧ୍ୟମ

ଆନନ୍ଦର ବିଶୁଦ୍ଧ ତରଙ୍ଗ

ସଞ୍ଚରିଯାଏ ଆତ୍ମାରୁ ଆତ୍ମାକୁ

ଶାନ୍ତ ହୃଦୟ ନଭେ

ଖେଳିଯାଏ ଘନନୀଳ ସ୍ଵଛତାର ରଙ୍ଗ।


Rate this content
Log in

Similar oriya poem from Abstract