ହସ ପୁଣି ଫୁଟିବ
ହସ ପୁଣି ଫୁଟିବ
କୁନି କୁନି ହାତ ମୋର
ଭଲ କାମ କରିବ
କୁନି କୁନି ପାଦ ମୋର
ଭଲ ବାଟ ଚାଲିବ
କୁନି ଏଇ ପାଦ ମୋର
କାଇଁ ଚାଲି ଚାଲି ଥକିବ?୲୨॥
କୁନିକୁନି ଆଖି ମୋର
ଭଲ ସପନ ଦେଖିବ
କୁନି ଏଇ ଆଖି ମୋର
କାଇଁ ଲୁହ ଢାଳିବ?୲୩॥
କୁନି ମୋର ଏଇ ମଥା
ବଡ କଥା ଭାବିବ
କୁନି ଏଇ ମଥା ମୋର
କାଇଁ ବୋଝ ବୋହିବ?॥୪॥
ଧନୀ ଗରିବର ଭାବ
ଯେବେ ଦେଶୁ ହଟିବ
ଅଭାବ,କଷଣ,ଭୋକ
ରୋଗ,ଶୋକ ନ ଥିବ୲୫॥
ତେବେ ସିନା ଏଇ ଦେଶୁ
ଶିଶୁଶ୍ରମିକ ହଟିବ
ମୋର ଏଇ କୁନି ଓଠେ
ହସ ପୁଣି ଫୁଟିବ।୬।