ହସ ଓ ଜୀଵନ
ହସ ଓ ଜୀଵନ
କେତେ ବା ଖୋଜୁଛ
କାହିଁକି ଆତୁରେ
କେବେ ବା ଦେଖିଛ
ଚଲାପଥ ଧାରେ ?
ମୁଁ କିନ୍ତୁ ପାଇଛି
ମୋ ପାଖେ ଅଛି
ତୁମ ପାଖେ ଅଛି
ଜୀବନର ସେଇ ଗାର ଧାରେ ।
ସମସ୍ୟା ଜଞ୍ଜାଳ
ଭିତରୁ ବାହାରି
ଜୀବନେ ମଜ୍ଜିବା
ସର୍ବେ ଆସ ।
ପ୍ରତି ଅବସ୍ଥାରେ
ହସିଦେଲେ ଥରେ
ଜୀଵନ ହସିବ
ଦେଖି ଓଠ ଧାରେ ଖିଏ ହସ।
