STORYMIRROR

ତାରାପ୍ରସାଦ ଜେନା

Tragedy

3  

ତାରାପ୍ରସାଦ ଜେନା

Tragedy

ହସ କରିଥିଲୁ ଭାଗ ସିନା ହେଲେ ଲୂହରେ କଲୁନି ଭାଗ

ହସ କରିଥିଲୁ ଭାଗ ସିନା ହେଲେ ଲୂହରେ କଲୁନି ଭାଗ

1 min
248


ହସ କରୁଥିଲୁ ଭାଗ ସିନା ହେଲେ

ଲୁହରେ କଲୁନି ଭାଗ

ଏଡ଼େ ନିରିଦ୍ଦୟା କେମିତିକା ଆଲୋ

ପ୍ରେମରେ ରଖିଲୁ ଦାଗ

............ହସ କରୁଥିଲୁ ଭାଗ ସିନା ହେଲେ

           ଲୁହରେ କଲୁନି ଭାଗ ! ୦ !


ଛାତି ଚିରିଦେଲେ ତୋର ନାଆଁ ଅଛି

କିଏ ସେ ପଢ଼ିବ ପାଠ

ଫୁଲ ପରି ମନ କଅଁଳଟେ ଥିଲା

ବନାଇ ଦେଲୁଣି କାଠ

ଜୀବନଟା ଆଜି ଦହଗଞ୍ଜ କରେ

ନିଜକୁ ଲାଗୁଛି ରାଗ

............ହସ କରୁଥିଲୁ ଭାଗ ସିନା ହେଲେ

           ଲୁହରେ କଲୁନି ଭାଗ ! ୧ !


କିଏ କେତେ କଥା ବାଡ଼ ବତା ନାହିଁ

ସବୁକୁ ଶୁଣାନ୍ତି ଆସି

ଉତ୍ତରରେ ଆଉ ବୁଝାଇବି ଭଲା

ନାହିଁ ମୋ କ୍ଷଣିକ ଖୁସି

ଆକାଶଟା ସାରା ପହଁରୁଛି ଆଖି

ଫେରେନା ସମୟ ଆଗ

............ହସ କରୁଥିଲୁ ଭାଗ ସିନା ହେଲେ

           ଲୁହରେ କଲୁନି ଭାଗ ! ୨ !


ଆଶା ମରୀଚିକା ଏମିତିକା ହେବ

ଜଣା ତ ନ ଥିଲା କିଛି

ନିଜ ପାଇଁ ନିଜେ ଭଲ ଖେଳ ଖେଳି

ହାରିବା ନେଲୁଣି ବାଛି

ଜନ୍ମ ଜନ୍ମାନ୍ତର ସାଥୀ ପଣ ଛାଡ଼ି

ରାଣରେ ହେଲୁନି ବାଗ

............ହସ କରୁଥିଲୁ ଭାଗ ସିନା ହେଲେ

           ଲୁହରେ କଲୁନି ଭାଗ ! ୩ !




Rate this content
Log in

Similar oriya poem from Tragedy