Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ତାରାପ୍ରସାଦ ଜେନା

Tragedy

2.0  

ତାରାପ୍ରସାଦ ଜେନା

Tragedy

ହସ ଦେଇଥିଲ ଦେଉଛ ଲୁହ

ହସ ଦେଇଥିଲ ଦେଉଛ ଲୁହ

1 min
20



ହସ ଦେଇଥିଲ ଦେଉଛ ଲୁହ

କେତେ କାଳ ପରେ ବିସ୍ମୃତ ସ୍ନେହ

.........ହସ ଦେଇଥିଲ ଦେଉଛ ଲୁହ ! ୦ !


ଭାବ ଛଡ଼ାଇଲ ଆପଣା ପର

ରାଣ ଖାଇଥିଲ ଭୁଲିଲ ଘର

ଲୁହ ଶୁଖାଇଲ ଛାଡ଼ିଛ କୋହ

.........ହସ ଦେଇଥିଲ ଦେଉଛ ଲୁହ ! ୧ !


ପଦ ଗାଇଥିଲ ବେତାଳ ଛନ୍ଦ

ଭଲ ନେଇଗଲ ରଖିଲ ମନ୍ଦ

ହସ ଲିଭିଗଲା କାନ୍ଦୁରା ମୁହଁ 

.........ହସ ଦେଇଥିଲ ଦେଉଛ ଲୁହ ! ୨ !


ଚିନ୍ତା ବଢ଼ାଇଲ ଅଚିନ୍ତା ନିଜେ

ପର କରାଇଲ ଆପଣା ଖୋଜେ

ଏଡ଼େ ନିରିମମ ପ୍ରେମର ଦାହ

.........ହସ ଦେଇଥିଲ ଦେଉଛ ଲୁହ ! ୩ !




Rate this content
Log in