ହରି ନାମ ଗଣ୍ଠି ଧନ
ହରି ନାମ ଗଣ୍ଠି ଧନ
ହରି ନାମ ଗଣ୍ଠି ଧନ,ଭଜନ
ହରି ନାମ ଗଣ୍ଠିଧନ କରିଥାରେ ମନ
ଏ ମିଛ ସଂସାରେ ସବୁ ମିଛ ସପନ
ଧ୍ରୁବ ପ୍ରହଲାଦ ଯେଉଁ ନାମକୁ ଜପିଲେ
ସେଇ ନାମ ରେ ଶ୍ରୀ ହରି ଦର୍ଶନ ଦେଲେ
ହରି ନାମ ବିନୁ ମୁକ୍ତି ନ ମିଳେ ଜାଣ ....
ଚାରି କାନ୍ଧରେ ଶରୀର ଚାଲି ଯାଉ ଥିବ
ହରି ବୋଲ ହରିନାମ ସାଥିରେ ଥିବ
ପ୍ରାଣ ଭାରି ହରି ନାମ କରି ଯାରେ ପାନ.....
ସୁଖ ବୋଲି ଯାହାକୁ ଭାବୁଛୁ ତୁହିରେ
ଧନ ଜନ ସନମନ ସବୁ ତ ତୁଚ୍ଛ ରେ
ହରି ନାମ ଭକତର ପରମ ଧନ....
