STORYMIRROR

Ghanashyam Biswal

Abstract

2  

Ghanashyam Biswal

Abstract

ହୃଦୟର କଥା

ହୃଦୟର କଥା

1 min
94

ଦୁଇଦିନ ତୋର ଜୀବନ ବାବୁରେ

ପବନ ଟିକେରେ ଝୁଲେ ଜୀବନ

ମିଛ ମୋହ ମାୟା ଏ ସାରା ସଂସାର

ମିଛ ପୁଣି ତୋର ଜୀବନ ଧନ


ଅନ୍ୟାୟକୁ କେବେ ସହିବୁନି ବାବୁ

ସତ୍ୟକୁ ଜୀବନେ ମାନି ଚଳିବୁ

ସଭିଙ୍କୁ ସେନେହ ଶରଧା କରିବୁ

ବିପଦେ ଆପଦେ ସହାୟ ହେବୁ


ବିବେକ ତୋହର ବଡ଼ ଲୋକ ବାବୁ

ତା କଥାକୁ କେବେ କାଟିବୁ ନାହିଁ

ନିଜ ସ୍ୱାର୍ଥ ପାଇଁ ମିଥ୍ୟା କହିବୁନି

ଅବାଟରେ ବାଟ ଚାଲିବୁ ନାହିଁ


ଧୌର୍ଯ୍ୟ ରଖି ସବୁ କାମ କରୁଥିଲେ

ମନରେ ଆଶଙ୍କା ଉପୁଜେ ନାହିଁ

ଦୃଢ଼ ଇଚ୍ଛା ଥିଲେ ମନରେ ବାବୁରେ

ସପନ ପୂରଣ କରିବୁ ତୁହିଁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract