STORYMIRROR

Ajay kumar Behera

Inspirational

3  

Ajay kumar Behera

Inspirational

ହୃଦୟର ଅନ୍ତସ୍ୱର

ହୃଦୟର ଅନ୍ତସ୍ୱର

1 min
139


ହଁ, ହଁ ମୁ ଭଗ୍ନ

ମୁଁ ଅସହାୟ

ନାଁ ଅଛି କାୟା

ନାଁ ଅଛି ଛାୟା,

ଛିନ୍ନ ଶରୀର ମୋ କ୍ଷତାକ୍ତ

ତମେ କରିଛ ମୋତେ ଲୁଣ୍ଠିତ,

ମୋ ଅନ୍ତର୍ବେଦନା

କାହାକୁ ଦିଶୁଛି

କିଏ ଭରସି

ଆଜି ମୋତେ

ନିଜର ଭାବୁଛି,

ସବୁ ଜାଣି

ସବୁ ଶୁଣି

ସଭିଏଁ ଆଜି

ନିରବ ଦ୍ରୋଷ୍ଟା

ସମୟର ପ୍ରଭାବେ

ହରିଛି ମୋର ସେଇ

ଉଛୁଳା ଯୌବନ

ଫୁଟୁନାହିଁ ସୁବାସିତ ପୁଷ୍ପ

ଫଳୁ ନାହିଁ ସୁମଧୁର ଫଳ

ନା ଆସୁଛି ମୁଁ

କା ସେବାରେ

ନା କିଏ ମୋତେ ବିଶ୍ୱାସ କରେ,

ସମୟ ପ୍ରଭାବେ

ଶହ ଶହ ପକ୍ଷୀଙ୍କକଳରବେ

ନା ହେଉଛି ଗୁଞ୍ଜରଣ

ଗୋଠ ଗୋଠ ପଶୁଙ୍କ

ନା ଅଛି ମୋ ତଳେ ମେଳଣ,

ସତରେ ଆଜି ମୁଁ ନିଶ୍ୱ

ଭରସାହୀନ ଜଡ ବସ୍ତୁଟିଏ

ମୋ ହୃଦୟର ଅନ୍ତସ୍ୱର କହେ

ସବୁଦିନ ପାଇଁ

ମୁଁ ବିଲୀନ ହେବାକୁ ଚାହେଁ

ନା ଅଛି ଆଉ

ଜୀଇଁବାର ଇଚ୍ଛା

ନା କିଛି ପାଇବାର ଇଚ୍ଛା

ବାସ ଖାଲି

ଶାନ୍ତିରେ ଶୋଇବାର ଇଚ୍ଛା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational