STORYMIRROR

Sunanda Mohanty

Abstract

2  

Sunanda Mohanty

Abstract

ହୃଦୟହୀନ

ହୃଦୟହୀନ

1 min
156

କବିତା ଟି ହଜିଗଲେ ସ୍ରଷ୍ଟା କବିଙ୍କୁ ହୁଏ ଭାରି କଷ୍ଟ 

ଦ୍ରବ୍ୟ ଯଦି ହଜିଯାଏ, ପ୍ରତିଶ୍ରୁତି କିଏ ଦିଏ 

ହଜିଥିଲେ ଖୋଜିଦେବି ଭାଙ୍ଗିଥିଲେ ଗଢିଦେବି 

ହେଲେ କବିତାଟି ଖୋଜିହୁଏନା କି ଗଢି ହୁଏନା 

ମାନସପଟର ନାୟିକା ସେ 

କେତେବେଳେ କେଉଁ ରୂପରେ ନାଚୁଥାଏ ଯେ 

ସେ ମୁହୁର୍ତ୍ତ ସବୁ ନିଆରା 

ଅସରା ଲୁହ ଗଡେଇଲେବି ପୁଣି ସୃଷ୍ଟି କରି ହୁଏନା 


  ହେ ଜଗତ ସ୍ରଷ୍ଠା 

ତମେ ଯେଉଁ କବିତା ସୃଷ୍ଟି କରିଛ 

ଜୀବନ୍ତ, ପ୍ରାକୃତିକ ଅଥବା ସଜୀବ ନିର୍ଜୀଵ 

ସେସବୁ ହଜିଗଲେ ଖୋଜିଦେବେ

ଭାଙ୍ଗିଗଲେ ଯୋଡ଼ିଦେବ 

ଜଡ଼ଦିହୁଏ ତାହା ପ୍ରାକୃତିକ 

କିନ୍ତୁ ଜୀବନ୍ତ ପାଇଁ 

ଆଉ ଥରେ ସେହି ଆତ୍ମା ସେହି ଶରୀର 

ଫେରାଇଦେଇକିପାର

ତମକୁ ହୁଏନା କଷ୍ଟ

ଯଦି ଏମିତି ଅସମୟରେ ସବୁ ହୁଏ ନଷ୍ଟ 

ତମେ କି ସ୍ରଷ୍ଟା କେଜାଣି !

ହୁଏତ ହୃଦୟ ତୁମର ପଥର 

ବା ହୃଦୟଟା ଭାଙ୍ଗି ଚୁରମାର ବା ଚୋରି ହୋଇଛି 

ଥରକୁଥର, ବାରବାର, ବରାବର.


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract