STORYMIRROR

Baijayantimala Rout

Romance

2  

Baijayantimala Rout

Romance

ହୃଦୟ ଯାତନା

ହୃଦୟ ଯାତନା

1 min
2.9K

ବୁଝିଯାଅ ଥରେ ମୋ ହୃଦୟ ବ୍ଯଥା

ତୁମେ ଗଲା ପରେ ପରେ ,

ଯାତନାରେ ଭରା ଏ ହୃଦୟ ସାରା

ତୁମ ପ୍ରେମ ଆଘାତରେ

ଶିଖାଇଛ ଯେଉଁ ପ୍ରେମ ପରିଭାଷା

ଭୁଲି ମୁଁ ପାରେନା ତାକୁ ,

କେମିତି ଭୁଲିବି ତୁମ ସ୍ନେହ ପ୍ରେମ

ଆବେଗର ସେ ସ୍ମୃତିକୁ

ଫଗୁଣ ରଙ୍ଗରେ ଭିଜୁଛି ଦୁନିଆଁ

ମୋ ଜୀବନ ଲାଗେ ଫିକା,

ଜାଳୁଥିଲେ ମିଶି ମନ୍ଦିରରେ ଦୀପ

ଏବେ ମୁଁ ଜଳୁଛି ଏକା

ଛଳନା ଯୁଇରେ ଜାଳିଦେଲ ମୋତେ

ପ୍ରେମେ ଲଗାଇ କଳଙ୍କ,

ଭାବନା ମୋ ଥିଲା ଆମ ପ୍ରେମ ସତେ

ଶ୍ରେଷ୍ଠ ଦାନ ଈଶ୍ବରଙ୍କ

ବଞ୍ଚିଛି ଆଜି ମୁଁ ତୁମ ସ୍ମୃତି ନେଇ

ସ୍ମୃତିରେ ହେବି ବିଲୀନ,

ପ୍ରତାରଣା ଦେଇ ପ୍ରେମକୁ ହଜାଇ

ବିଦୀର୍ଣ୍ଣ କଲ ମୋ ମନ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance