STORYMIRROR

Sumitra Nayak

Abstract Tragedy Fantasy

4  

Sumitra Nayak

Abstract Tragedy Fantasy

ହୃଦୟ ର ଶ୍ଵେତ ଫର୍ଦ୍ଦେ

ହୃଦୟ ର ଶ୍ଵେତ ଫର୍ଦ୍ଦେ

1 min
461

ଅଲିଭା କାହାଣୀ ଲିଭି ହୁଏ ନାହିଁ

ହୃଦୟ ର ଶ୍ଵେତ ଫର୍ଦ୍ଦେ ।

ଗମ୍ଭିର ପ୍ରେମର ତୁଳିରେ ଲିଖିତ

ମାଧୁର୍ଯ୍ୟ ର ପୂର୍ଣ୍ଣ ଶବ୍ଦେ ।

ଉଚ୍ଛ୍ଵାସ ଆବେଗ ଭାବ ପ୍ରୀତି ଘେନି

ଅୟାରମ୍ଭ ସେ କାହାଣୀ ।

କାହାଣୀ ଅପୂର୍ବ ଅପରୂପେ ଯୋଗ

ପ୍ରେମ ରସ ଏହି ବାଣୀ ।

ଏକ ରାଜ କନ୍ୟା ଉପବନେ ଶୋଭେ

ପଟ୍ଟ ବସ୍ତ୍ରେ ଶୋଭନୀୟ ।

ମନୋହର ରୂପ ଆକର୍ଷିତ ମୁଖ

ଅଟେ ଅତି ରମଣିୟ ।

ପ୍ରସୂନ ପ୍ରଷ୍ପୁଟିତ ଝୁମି ଝୁମି ଖେଳେ

ରାଜ ଜେମା ସଙ୍ଗେ ମିତ ।

ପୁଷ୍ପ ସମକକ୍ଷ ସୁନ୍ଦରୀ ରମଣୀ

ପ୍ରେମ ରଙ୍ଗେ ଆଚ୍ଛାଦିତ ।

ସ୍ମିତ ହାସ୍ୟରସ ମନ ରେ ଉଲ୍ଲାସ

ଭ୍ରମର ସାଥିରେ ଖେଳେ ।

ଗୁଣୁ ଗୁଣୁ ଗାନେ ଭ୍ରମର ର ଗଣେ

ଗାଏ ସଙ୍ଗୀତ ର ତାଳେ ।

ନାଲି ନୀଳ ଧଳା ହଳଦୀ ଗୋଲାପି

ନାନା ରଙ୍ଗ ଭର ହୋଇ ।

ପ୍ରଜାପତି ଆସି ଚୁମୁ ଥାନ୍ତି ବସି

ରାଜ ଜେମା ଗାଲ ଯାଇ ।

ଶୀତଳ ପବନ କାନି ସେ ଉଡ଼ାଏ

ଆନମନା ଯେବେ ହୋଇ ।

ସୂରୁଜ କିରଣ ଝିଲି ମିଲି କରେ

କାନି ର ଉଜ୍ଜଳ ନେଇ ।

ପ୍ରେମେ ପାଗଳିନି ପ୍ରେମ ପୂଜାରିଣୀ

ପ୍ରେମ ର ଚରିତ ନେଇ ।

ଅଙ୍କେ ମନେ ନୀତି ନୂଆ ନୂଆ ରୀତି

ନୂତନ କାହାଣୀ ବହି ।

ପ୍ରିୟ ର ପୀରତି ପ୍ରଣୟ ମୂରତି

ପ୍ରେମ ଭବ୍ୟ ନୀତି ଗଢ଼େ ।

ଅଳ୍ପ ଅଳ୍ପ କରି ସ୍ଵପ୍ନ ଯେତେ ଭରି

ଭବ୍ୟ ନଅର ଟେ ଗଢ଼େ ।

ସେ ନଅର ମଧ୍ୟେ ରାଜା ଅଟ ତୁମେ

ରାଜ ଜେମା ଅଟେ ମୁହିଁ ।

କାହାଣୀ ନୁହଁଇ ବାସ୍ତବ କୁ ନେଇ

ତୁମ ପ୍ରେମ ଗଳ୍ପ ବହି ।

ଅଲିଭା କାହାଣୀ ଲିଭି ହୁଏ ନାହିଁ

ହୃଦୟ ର ଶ୍ଵେତ ଫର୍ଦ୍ଦେ ।

ଗମ୍ଭିର ପ୍ରେମର ତୁଳିରେ ଲିଖିତ

ମାଧୁର୍ଯ୍ୟ ର ପୂର୍ଣ୍ଣ ଶବ୍ଦେ ।



Rate this content
Log in

Similar oriya poem from Abstract