STORYMIRROR

Barsha rani Nanda

Romance Classics Fantasy

3  

Barsha rani Nanda

Romance Classics Fantasy

ହୃଦୟ ଦିବସର ଅଭିନନ୍ଦନ

ହୃଦୟ ଦିବସର ଅଭିନନ୍ଦନ

1 min
218

ଜାଣିନି ମୁଁ ଟିକିଏ କଷ୍ଟ ହେଲେ ପ୍ରଥମେ

କାହିଁକି ହୃଦୟ କୁ ହୁଏ,

ସେ ଅନ୍ୟର ଦୁଃଖ ରେ ତରଳି ଯାଇପାରେ

କେତେବେଳେ ସିଏ ଅନ୍ୟକୁ ଆପଣାର ଡୋରି ରେ ବାନ୍ଧିଦେଇପାରେ ତ

କେତେବେଳେ ଅନ୍ୟର ଦୁଃଖ ରେ

ମଣିଷ ପଣିଆ ଦେଖେଇବା ପାଇଁ ଆଗଭର ହୁଏ।

କେତେ କେତେ କଥା ସାଇତା ତା ପାଖରେ

କେତେ ଦୁଃଖ କୁ ଲୁଚେଇ ପୁଣି

ସୁଖର ଆରମ୍ଭ କରିବା ପାଇଁ ଚେତେଇ ଦିଏ

ତୁମେ କୁହ ଭଲ କିନ୍ତୁ ମୁଁ କରେ ଲଭ୍

ତୁମେ ଯାହା କୁ କୁହ ଖରାପ ମୁଁ କରେ ଆପଣାର

ଏଇଟା ପରା ହୃଦୟ ର କାମ।

ଅନେକ ଲୋକ ଙ୍କୁ ନିଜ ର କରି ସେ ବାନ୍ଧି ଦେଇପାରେ

ନିଜ ଭିତରେ କୋହକୁ ଚାପି ସବୁବେଳେ

ହସିବାକୁ ଚେତାବନୀ ଦିଏ,

ଅନ୍ୟ ପାଇଁ ଭାବିବା ସେତିକିରେ ରଖ୍

ହସିବାକୁ ଚେଷ୍ଟା କର୍

ଅନ୍ୟ କଥା ଭାବି ଦୁଃଖ କଲେ ମୁଁ କଷ୍ଟ ପାଉଛି

ବୋଲି ମତେ ସେ ଚେତେଇ ଦିଏ।

ବେଶି ଖୁସି ସମୟରେ ଅଧିକା ଧକ୍ ଧକ୍ କରି ତା ଖୁସିକୁ ସେ ପରିପ୍ରକାଶ କରେ ମୋ ଆଗରେ

ଦୁଃଖ ସମୟରେ ବି ସାଥୀରେ ଥାଏ ବୋଲି

ହୃତ୍ ସ୍ପନ୍ଦନ କୁ ସ୍ପଷ୍ଟ ଭାବରେ ମୁଁ ଶୁଣି ପାରେ।

ମୁଁ ତାକୁ କୁହେ ତୁ ଏତେ ଜୋର୍ ଧକ୍ ଧକ୍ ହେବା ବନ୍ଦ୍ କର୍

ସେ କୁହେ ଯେଉଁ ଦିନ ମୁଁ ଧକ୍ ଧକ୍ କରିବା ବନ୍ଦ୍ ହେଇଯିବି

ସେଦିନ ମୁଁ ଆଉ ଚାହିଁଲେ ବି

ପୁଣିଥରେ ଚାଲି ପାରିବିନି କାହିଁକି ନା

ଯେଉଁ ଦିନ ଛାତି ଧଡକିବା ବନ୍ଦ ହେଇଯାଏ

ସେଦିନ ମଣିଷଟି ମରି ଯାଇଛି ବୋଲି ସମସ୍ତେ

ହୋହାଲ୍ଲା କରି କାନ୍ଦନ୍ତି

ଆଉ ଏଇଟା ହିଁ ସୃଷ୍ଟି ର ନିୟମ।

ତେଣୁ ହୃଦୟ କୁ ଅବହେଳା ନକରି ବ୍ୟାୟାମ କର ଆଉ ସବୁବେଳେ ହସିବା ପାଇଁ ଚେଷ୍ଟା କର।

ହୃଦୟ ରୁ ହୃଦୟ ଦିବସର ଅଭିନନ୍ଦନ।


Rate this content
Log in

Similar oriya poem from Romance