ହରାଇବାନି ମୌଳିକତା
ହରାଇବାନି ମୌଳିକତା
ଆମେ ସଦା ସମର୍ଥ
ନହୋଉ କେବେ
ବିପଦରେ କାତର
ଆମେ ସ୍ୱୟଂସିଦ୍ଧ
ଆମ କାର୍ଯ୍ୟରେ
ରହିଛି ମଣିମୁକୁତାର ଝଲକ
ଆମ ଆଦର୍ଶ ଚିର ଅମଳିନ
ହଟାଇ ଦେବୁ ଦୁଃଖର ବାଦଲ
ଆସୁ ପଛେ ଯେତେ ବାଧା କରିବୁ ତା ମୁକାବିଲା
ହରାବୁନି କେବେ ମୌଳିକତା
ସେତ ଆମର ବଞ୍ଚିବାର ସ୍ରୋତ
ଆମ ପାଇଁ ସଞ୍ଜିବନୀର ମନ୍ତ୍ର