ହୋଲିର ରଙ୍ଗ
ହୋଲିର ରଙ୍ଗ
ପୁନେଇଁ ଜହ୍ନର ବାରତା ଆସିଲେ
ଫଗୁଣରେ ଚଢ଼େ ମେଳାପୀ ରଙ୍ଗ
ଉଲ୍ଲାସର ବେଳ ଫଗୁ ରଙ୍ଗ ଖେଳ
ପବନେ ଗୁଞ୍ଜେ ହସର ତରଙ୍ଗ I
ପଳାଶର ତନୁ ଯେବେ ଜଳୁଥାଏ
ସୂର୍ଯ୍ୟୋଦୟର ନାରଙ୍ଗୀ ରଙ୍ଗରେ
ନାଲି ନୀଳ ପୀତ ସବୁଜ ସହିତ
ସାଜିବାକୁ ଲାଗେ ପ୍ରତି ଅଙ୍ଗରେ I
ବନ୍ଧୁର ବାନ୍ଧବୀ ବାନ୍ଧବୀର ବନ୍ଧୁ
ସଭିଏଁ ସାଆଜନଟି ଅତି ନିଜର
ଦୁଇ ଘଡି ଲାଗି ସମସ୍ତଙ୍କୁ ବାନ୍ଧେ
ପ୍ରୀତିର ଡୋରିରେ ରଙ୍ଗ ହୋଲିର
ଧୋଇଯିବ ଦେହୁ ପିଚକାରୀ ଛାପ
ଉଡ଼ିବ ପବନେ ଅଣୁ ଫଗୁର
ଲିଭିବ କିପରି ମନରୁ କାହାର
ରଙ୍ଗ ବିରଙ୍ଗ ଦାଗ ଅବିରର !

