STORYMIRROR

Sunanda Mohanty

Abstract Action Others

3  

Sunanda Mohanty

Abstract Action Others

ହୋଲି

ହୋଲି

1 min
240


କେଡେ ଭୁଲ ଟିଏ କଲି 

ଜଗାଙ୍କୁ ଚିଠିଟିଏ ଲେଖିଦେଲି 

ପ୍ରତିଶ୍ରୁତି ଏଠି ପାଣିର ଗାର 

ପ୍ରତାରଣା ଦୁସ୍ଥ ମସ୍ତିଷ୍କର 

ସନ୍ତୁଳନ ସନ୍ତୁଳିତ ସନ୍ତାପିତ କଥା 

କାହିଁକି ଜଣେଇ ଦେଲି 

ଜାଣିଛି ଘୋର କଳି କାଳ 

ଆପଣା ସ୍ୱାର୍ଥ ରେ ଭରପୁର 

କେତେ ଦେଲା ବାକି ଆଉ କେତେ 

ହିସାବର ଫର୍ଦ ଫର୍ଦ ଗଣିହେଲି 

କେଡେ ଭୁଲ ଟାଏ କଲି 

ନିଜ ଭୁଲ ନିଜ ଠିକ କେତେ 

ଝୁଣ୍ଟି ଝୁଣ୍ଟି ଆହତ ଯେତେ 

ନିଜେ ନିଜକୁ ସୁଧାରିବି ବୋଲି 

ପ୍ରତିଶ୍ରୁତି ଚିଠି ଦେଇଦେଲି 

ଚକାଆଖି ହସନ୍ତି ଖିଲିଖିଲି 

ଆଜି କଥା ଯିବି କାଳେ ଭୁଲି 

ଋତୁମାନଙ୍କୁ କହିଦେବି କାଲି 

ସେମାନେ ବି ପ୍ରତିଶ୍ରୁତି ରଖନ୍ତୁ ବୋଲି 

ଅନୁସରଣ କରି ସୂର୍ଯ୍ୟ ଚନ୍ଦ୍ର ଓ ସତ୍ୟ 

ଆଚରଣ ସଂଶୋଧନ କରିବାକୁ 

ଖେଳି ଖେଳି ରଙ୍ଗର ହୋଲି l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract