STORYMIRROR

Sunanda Mohanty

Abstract Action Thriller

3  

Sunanda Mohanty

Abstract Action Thriller

ହୋଲି ଇନ୍ଦ୍ରଧନୁ

ହୋଲି ଇନ୍ଦ୍ରଧନୁ

1 min
126

ଫଗୁଣର ରାଣ ରଖି ହୋଲି 

ଜନଗଣଙ୍କ ସମ୍ଭାଷଣେ ନାଲି 

ଧୀର ସମୀରଣରେ ଫୁଲି 

ପ୍ରତିଶ୍ରୁତିର ସକାରଣ ହୋଲି 

ସମ୍ଭାଷଣର ନିଆରା ପରମ୍ପରା 

ରଙ୍ଗର ପର୍ଯ୍ଯାବରଣ ଗଜରା 

ସକାରଣ କରିବାକୁ ବୁଲି ବୁଲି 

ବାଇଗଣୀର ଆକର୍ଷଣ 

ଅଛି ଥିଲା ଥିବ ଆସନ୍ତା କାଲି 

ଘନ ନୀଳର ସମୀରଣ 

ଖେଳେ ଲୁଚକାଳି ହୋଲି 

ନୀଳ ନୀଳିମାର ବିକିରଣ 

ହୋଲି କୁ କରିଛି ମତୁଆଲି 

ସବୁଜ ବାତାବରଣରେ 

ଧରଣୀ ହସେ ଖିଲିଖିଲି ମଖମଲ୍ଲି 

ହଳଦିଆ ସମ୍ଭାଷଣେ 

ଦେଖେ ଦୁନିଆଁ ଚୁଲବୁଲି ହୋଲି 

ନାରଙ୍ଗୀ ପଥପ୍ରାନ୍ତକରଣେ 

ମଣିଷ ବୁଝିଛି ଦିଦିନ କୁଣିଆ ବୋଲି 

ଲାଲ ରଙ୍ଗ ଛିଟଛିଟା ଓଢଣୀ ନହୁଲୀ 

ବୁଲିବୁଲି କହେ ହୋଲି ରଙ୍ଗ ଟିକେ ଦେଲି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract