STORYMIRROR

Ghanashyam Biswal

Tragedy

4  

Ghanashyam Biswal

Tragedy

ହଁ, ମୁଁ ପାରିବି

ହଁ, ମୁଁ ପାରିବି

1 min
216

ଜୀବନ ତ ଅଟେ ପାଣିର ଫୋଟକା

ପରହିଁସା କାଇଁ କରିବି?

ପର ସେବା କରି ପର ଲାଗି ସିନା

ଜିଁଇଁଥିବା ଯାଏଁ କାମ କରିବି l


ସୁଖ ଦୁଃଖ ଏ ତ ସଂସାର ନିୟମ

ସଭିଙ୍କ ଜୀବନେ ଆସିବ

ମନ ଭାଙ୍ଗି ଯଦି ନିରାଶ ହୋଇବା

ସପନ କି ସତ ହୋଇବ?


ଫୁଲ ପରି ହସି ସଭିଙ୍କୁ ହସାଇ

ଜୀବନ ସଂଗୀତ ଗାଇବା

ଗରିବକୁ ମୁଠେ ଖାଇବାକୁ ଦେଇ

ସଭିଙ୍କୁ ନିଜର କରିବା l


ଆପଣା ପର ତ ମିଛର ଭାବନା

କେହି ନୁହେଁ ଏଠି ଆପଣା ପର

ବିପଦେ ଆପଦେ ଠିଆ ହୁଏ ସାଥେ

ତା 'ଠାରୁ ଅଛି କେ ଆଉ ନିଜର?


ସତ୍ୟ କହି ଆମେ ନ୍ୟାୟ ପଥେ ଯିବା

ଜିଣିବା ହୃଦୟ ମିଠା କଥାରେ

ନୂଆ ଆଶା ନେଇ ଜୀବନ ଜିଇଁବା

ସୁଖରେ ଦୁଃଖରେ ଶାନ୍ତିରେ l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy