Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ବିଷ୍ଣୁ ପ୍ରସାଦ ମିଶ୍ର & Bishnu Prasada Mishra

Romance

3  

ବିଷ୍ଣୁ ପ୍ରସାଦ ମିଶ୍ର & Bishnu Prasada Mishra

Romance

ହଁ କେବଳ ମୁଁ

ହଁ କେବଳ ମୁଁ

1 min
353


ହଁ 

କେବଳ ମୁଁ 

ଦେଖାଯାଏ ସେଇ

ଛାଇଟିଏ ହୋଇ 

ଅନ୍ଧାର ଆଲୋକ ମଧ୍ୟରେ

ହୁଏତ 

ସେଇ ସଜ୍ଞା ହୀନ

କେଉଁ ଏକ ନିରବତା ଭିତରେ

ସ୍ତବ୍ଧତାର ନିର୍ବିକାର ଦେହେ 

ବିଜୁଳି ରୂପରେ

ପଲକ ତଳର ଛାଇଟିଏ ସାଜି

କେଉଁ ଏକ କୁହେଳିକା ମଧ୍ୟେ "ସ୍ୱପ୍ନ" ରୁପେ ସତେ!!


ମୋପାଇଁ 

କେତେ ଯେ ସୃଷ୍ଟି

କେତେ କଳ୍ପନା 

କେତେ ଚେତନା 

କେତେ ଯେ ବିରହ 

କେତେ ବିଚ୍ଛେଦର ଦାଉ  

କେତେ ଆଶା 

କେତେ ଉଦ୍ଦୀପନା 

କେତେ ମିଳନର ଛବି 

କେତେ ଯେ ପ୍ରେମର ସୋପାନ 

କେତେ ଯେ ଖୁସି ଭିତରେ 

କେଉଁଠାରେ ଝଡ଼ଟିଏ ସାଜେ ନିର୍ବୋଧର

ବୁଦ୍ଧିର ବିକାରେ

କୃରତାର

କୁଚ୍ଛିତ କର୍ମରେ

କୁକର୍ମାର ପରିଚୟ ସାଜେ

କେଉଁ ଏକ ଭିନ୍ନ ପ୍ରକୃତିରେ.

 

ମୋତେ ଦେଖି

କର୍ମ କରି ପ୍ରତିଷ୍ଠିତ ରୂପେ

ସାଜେ କିଏ

ନୈସର୍ଗିକ ଉପଭୋଗୀଟିଏ 

ତ 

କିଏ ସାଜେ ନର୍କ କୀଟ

ନରକ ରାକ୍ଷସ.

ମୋତେ ଦେଖି

ଛୁଇଁବାଟା କଳ୍ପନା ଅତୀତ 


ମୋର ସ୍ପର୍ଶେ

ମୋହ ମାୟା ମାନ ଅଭିମାନ 

ପ୍ରେମ ପ୍ରତାରଣା ସ୍ମୃତି କିମ୍ବଦନ୍ତୀ ମଧ୍ୟେ

ଜାଗିଉଠେ

ମାନବ ଶରୀରେ 

ଶୃଙ୍ଖଳ ଓ ବିଶୃଙ୍ଖଳିତ

ବିବେକର ପରିଚୟ ନେଇ

କର୍ତ୍ତବ୍ୟରତ

ସାଧନାର ଜ୍ଞାନ ପୀଠ ଠାରେ.


ମୁଁ ସର୍ବ ପରିବ୍ୟାପ୍ତ.

ମୁଁ ସଦା ଲିପ୍ତ.

ମୁଁ ପୁଣି କର୍ତ୍ତବ୍ୟର ବିନ୍ଦୁ.

ମୁଁ ପୁଣି ପାପ ପୂଣ୍ୟ ସିନ୍ଧୁ.


ମାନବଟି

ପାଇଥାଏ ମୋ ପରଶର ପ୍ରୟୋଗରେ 

ପ୍ରତି ପ୍ରାପ୍ତି 

ପ୍ରକୃତର ପରିଚାଳନାରେ.


ମୋତେ ଦେଖି ଆଶା ବଳେ

ପାଇଥାଏ କଷ୍ଟ

କେବଳ ସେ

ନିର୍ବୋଧ ମାନବ.


ମୁଁ ପ୍ରେମ

ମୁଁ ବିଚ୍ଛେଦ  

ମୁଁ ସ୍ମୃତି 

ମୁଁ ସ୍ଥିତି  

ମୁଁ ଆଶା 

ମୁଁ ନିରାଶା  

ମୁଁ ବସନ୍ତ

ମୁଁ ବରଷା 

ମୁଁ ପ୍ରତୀକ୍ଷା

ମୁଁ ପ୍ରତ୍ୟାଶା 

ମୁଁ ଉପେକ୍ଷା 

ମୁଁ ଆକାଂକ୍ଷା 

ମୁଁ ଠିକଣା 

ମୁଁ ପ୍ରତାରଣା 

ମୁଁ କୁହେଳିକା

ମୁଁ ମରୀଚିକା 

ମୋ ପାଇଁ ବ୍ୟସ୍ତ

ମୋ ତୀରେ ନ୍ୟସ୍ତ 

ମୁଁ କେବଳ ସେହି "ସ୍ୱପ୍ନ" ହିଁ ସାର୍ଥ 

ମୋ ରୁପ ଏକ "ସ୍ୱପ୍ନ" ହିଁ ଯଥାର୍ଥ.



Rate this content
Log in

Similar oriya poem from Romance