STORYMIRROR

Secret Superstar

Inspirational Children

4  

Secret Superstar

Inspirational Children

ହଁ ହଁ ତୁ ସେହି ଗରିବ ଘର ସନ୍ତାନ

ହଁ ହଁ ତୁ ସେହି ଗରିବ ଘର ସନ୍ତାନ

1 min
723

ଆରେ ଭାବୁଛୁ କ'ଣ..

    ପଢ ନା ଦେଇ ମନ...

ହଁ ହଁ ତୁ ସେହି ଗରିବ ଘର ସନ୍ତାନ...

ଯେ ନିତି ଆକାଶକୁ ଚାହିଁ ... ...

         କାନ୍ଦୁଥିଲା କଇଁ କଇଁ ....

ଦେଇ ନାହିଁ ବୋଲି କିଛି ସେ ଭଗବାନ ।


ଦେଇଛି ତ ଭରି ...ସେ ବିଭୁ ଦୟାକରି 

     ଆଖିରେ ଆଖିଏ ସପନ 

   ଗୋଟେ ଲକ୍ଷ୍ୟ ଗୋଟେ ପେହେଚାନ୍ 

ଆରେ ଭାବୁଛୁ କଣ..

    ପଢ ନା ଦେଇ ମନ...

ହଁ ହଁ ତୁ ସେହି ଗରିବ ଘର ସନ୍ତାନ ।।


ହଁ ହଁ ତୁ ସେହି ...

     ଯେ ବଢିଛି ଶାଗ ଭାତ ଖାଇ ...

   ଶୋଇଛି ଯେ ମାଟି ମା କୋଳେ ..

   ହଁ ହଁ ଜିଇଁବା ଜାଣିଛୁ ତୁ 

   ଗଗନ ର ଛାତ ତଳେ...

ପୁଣି ବିଫଳତା କୁ ଡର କ'ଣ ??

କଣ ସେ ନେବ ବା ତୋ ଠୁ..

          ଆଉ ଦେବ ବା କ'ଣ ??

ଆରେ ଭାବୁଛୁ କଣ..

    ପଢ ନା ଦେଇ ମନ...

ହଁ ହଁ ତୁ ସେହି ଗରିବ ଘର ସନ୍ତାନ ।।


  ରୋକିଯିବୁ ବୋଲି ଭାବୁ କି ..

   ତୋର ସଭି ସାଥୀ ଙ୍କୁ ଦେଖି ..

ଯେ ଯାଇଛି ଅଟକି...

         ପାଇ ସରଗ ଶଶୀ..

     ପାରିଜାତ ଅବା ଶଶୀ...

 ନୁହେଁ ରେ ସରଗ ...ଈଏ ନୁହେଁ କିଛି ..


ଯେବେ ସରଗ ହେବ ନିଜର...

  ଚାନ୍ଦ ବି ତୋର ପାରିଜାତ ବି ସରଗର  

ଭୁଲନା ତୁ ତୋ ଲକ୍ଷ୍ୟ ତୋ ପେହେଚାନ୍

   

ଆରେ ଭାବୁଛୁ କଣ..

    ପଢ ନା ଦେଇ ମନ...

ହଁ ହଁ ତୁ ସେହି ଗରିବ ଘର ସନ୍ତାନ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational