STORYMIRROR

Trushna Das

Abstract Others

4  

Trushna Das

Abstract Others

ହଁ ହଁ ଜୁଇ ଜଳୁଛି

ହଁ ହଁ ଜୁଇ ଜଳୁଛି

1 min
430


ହଁ ହଁ ଜୁଇ ଜଳୁଛି

ତୁମର ଆଉ ମୋର ସମ୍ପର୍କର ଅନ୍ତ ହୋଇଛି

ହୃଦୟରେ ପାଇଛି ସେ ଆଜି ସମାଧି

ଆଉ ହୃଦୟର କୋହ ରେ ନିଆଁ ଜଳୁଛି ।


ହଁ ହଁ ଜୁଇ ଜଳୁଛି

ତୁମ ସହ ମୋର ଥିବା ସବୁ ସ୍ମୃତି

ଜଳି ପଡ଼ି ପାଉଁଶ ହେଉଛି

ମନ ମନ୍ଦିର ଆଜି ସମାଧି ପାଲଟିଛି।


ହଁ ହଁ ଜୁଇ ଜଳୁଛି

ହୃଦୟ ମୋର କୋହରେ ଜଳି ଯାଉଛି

ହେଲେ ପାଇ ନାହିଁ ସେ ଶାନ୍ତି

ତୁମେ ଜଳେଇ ଥିବା ନିଆଁରେ ତ୍ରାହି ତ୍ରାହି ହେଉଛି

ମୋର ଅନ୍ତର ଆତ୍ମା କାନ୍ଦୁଛି

ହେଲେ ପାଉ ନାହିଁ ମୁକ୍ତି

କିଛି ବି ଦୋଷ ନ କରି

ପାଉଛି ସେ ଶାସ୍ତି।


ହଁ ହଁ ଜୁଇ ଜଳୁଛି

ମୋ ସ୍ୱପ୍ନ ସବୁ ଜଳୁଛି

ତୁମ ପ୍ରତାରଣାର ନିଆଁ ଆଜି

ମୋତେ ତିଳ ତିଳ କରି ମାରୁଛି

ତୁମେ ନିଜ ସ୍ୱାର୍ଥ ହାସଲ କରି

ମୋ ମନକୁ ମଶାଣି କରି

ଗଲ ମୋତେ ପର କରି

ଜନ୍ମ ଜନ୍ମର ସାଥୀ

କହି ଦେଲ ମୋ ବିଶ୍ୱାସରେ ବିଷ ମିଶାଇ।


ହଁ ହଁ ଜୁଇ ଜଳୁଛି

ତୁମ ସହ ମୋର ସବୁ ଭାବନାର ଏଇଠି

ଅସ୍ତିତ୍ୱ ଲୋପ ପାଉଛି

ହୃଦୟର ନିଆଁ ସବୁକୁ ଗ୍ରାସ କରୁଛି

ଅତୀତର ସ୍ମୃତି କୁ ହୃଦୟେ ରଖିବା ର ଆଉ ନାହିଁ

ଧକ୍କା ଦେଇଥିବା ଲୋକ ଆଉ ହୃଦୟେ ଆଉ ମୋର ନାହିଁ

ନୂତନ ଜୀବନେ ପାଦ ଦେଇ

ମନ ମନ୍ଦିରକୁ ମୋର ପ୍ରେମର ରାଇଜ କରିବାର ଅଛି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract