STORYMIRROR

Kalyani Nanda

Abstract

3  

Kalyani Nanda

Abstract

ହଜିଯାଇଥିବା ପରିଚୟ

ହଜିଯାଇଥିବା ପରିଚୟ

1 min
351


ରାସ୍ତାର ଦୁଇ କଡେ ,

ମହାଦ୍ରୁମ ସବୁ ନିଶ୍ଚଳ, ନିଥର,

ତା ଛାୟା ତଳେ ଫୁଟପାଥ ଉପରେ ,

ସାଥେ ସାଥେ ଚାଲୁଥାଉ ଆମେ,

କିଛିଟା ନୀରବତା, କିଛିଟା କଥା ଭାଷା,

କିଛି ଜଣା , କିଛି ଅଜଣା,

କିଛି ଚିହ୍ନା ମୁହଁ, କିଛି ଅଚିହ୍ନା,

କିନ୍ତୁ ଦୋଛକି ଆସିଲେ ,

ତୁମେ ଏପଟେ ତ ,ମୁଁ ସେପଟେ,

ସବୁ ଚିହ୍ନା ମୁହଁ ଅଚିହ୍ନା ପାଲଟେ ।


ପାର୍କରେ ନିତି ଦେଖାହୁଏ,

ଘାସ ଉପରେ ଚାଲୁ ଚାଲୁ,

ଅଚିହ୍ନା, ଅଜଣା ଚେହେରା ସବୁ,

କିଛିଟା ନିଜର ନିଜର ଲାଗେ,

ମନ ହୁଏ ଦୁଃଖ ସୁଖ ଭାଗ କରିବାକୁ,

ହେଲେ ସମସ୍ଯାର ବଳୟ ଭିତରେ,

ସଭିଏଁ ଉବୁଟୁବୁ, ଅଣ ନିଶ୍ବାସୀ,

ପାର୍କରୁ ବାହାରି ତୁମେ ତୁମ ବାଟେ,

ଆଉ ମୁଁ ମୋ ରାସ୍ତାରେ ,

ସେତିକିରେ ପରିଚୟ ସବୁ ହଜିଯାଏ ,

ତୁମ ଓ ମୋ ଭିତରେ ଖାଲି ଯାହା ଦୂରତ୍ବ ବଢିଯାଏ ।


ଏଇ ଜଣା, ଅଜଣା, ଚିହ୍ନା, ଅଚିହ୍ନାର ଦୋ ଛକିରେ,

ନିଜ ଦୁନିଆରେ ମଣିଷ ହଜେ,

ଜୀବନର ଚଲା ପଥେ ,

କେତେ ଚିହ୍ନା ମୁହଁ ଅଚିହ୍ନା ହୁଏ ,

ଅଚିହ୍ନା ମଣିଷ ବି ବେଳେ ବେଳେ ନିଜର ଲାଗେ,

ସମୟ ସାଥେ ସାଥେ ଜୀବନ କିନ୍ତୁ ଦୌଡୁଥାଏ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract