ହଜିଯାଇଛି ସେ ପୁରୁଣା ଦିନ
ହଜିଯାଇଛି ସେ ପୁରୁଣା ଦିନ
ହଜିଯାଇଛି ପୁରୁଣା ଦିନ
କବିଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର ମଙ୍ଗଳାଯୋଡି ଖୋର୍ଦ୍ଧା
---------- -------------------- ----------
• ଗାଁ ରେ ଶୁଭୁନାହିଁ କଉତୁକ କୋଳାହଳ
• ନାହିଁ ବେଦ ମନ୍ତ୍ର
• ଶୂନ୍ୟଦିଶେ ଭଗବତ ଟୁଙ୍ଗି ଘର ;
• ଗ୍ରାମବାସୀ ସ୍ଵାର୍ଥପର, ନାହିଁ ଆଉ ମେଳ
• ନାହିଁ ଆଉ ଆଗଭଳି ଆନନ୍ଦ ଉବ୍ଦେଳ ।।
•
• ଗ୍ରାମ୍ୟ ଦେବାଦେବୀ ଚୟ
• ଅବହେଳିତ ନିଃସହାୟ
• ସୁସ୍କ ପୁଷ୍କରିଣୀ ଭରା ପୂତ୍ତୀ କର୍ଦମାକ୍ତ ମୟ ;
• ଗାଈଗୋଠ ନଫିଟଇ, ଗୁହାଳରେ ଗାଈ ନାହିଁ
• ମାଫିଆ ହାତରେ ଗୋଚର ଜମି
• ଗୋ-କୁଳ କୁଳ ଆହାକି ନୀସହାୟ ହାୟ ।।
•
• ଶିରୀହୀନ ଦିଶୁଅଛି ଗାଁ,ଗଣ୍ଡା ପ୍ରତିଛବି
• ମୋ ଗାଁର ଆଗଚିତ୍ର କାହିଁ ଉଭେଇ ଯାଇଛି ;
• କେଉଁ ଅପଦେବତାର କୋପଦୃଷ୍ଟି ସତେବା ପଡ଼ିଛି
• ନାରଖାର ଆହା କେଡେ ହୀନିମାନ
• ମୋ ଗାଁ ଚିତ୍ର ସତେକିଏ ଚୋରାଇ ନେଇଛି ।।
•
• ନାହିଁ ସତ୍ୟ,ନ୍ୟାୟ,ଧର୍ମ ନାହିଁ ଶାନ୍ତି,ସ୍ନେହ,ପ୍ରେମ
• ପର ପ୍ରବଚନା ତୁଚ୍ଛ ରୋଳେ ମୁଖରିତ ସାରାଗ୍ରାମ
• ନୀଚ ସ୍ଵାର୍ଥ ଲାଗି ସର୍ବେ ମେଳି ଅନ୍ଧାରେ ଜୀବନ
• ଅସହାୟ ଆହା ଏବେ ଏ ଗ୍ରାମ୍ୟ ଜୀବନ ।।
•
• ଇନ୍ଦ୍ରଜାଲ ସମ ଶାସନ
• ସର୍ବେ ଦେଖ ଅବସନ୍ନ
• ସ୍ଥାଣୁପ୍ରାୟ କେମିତିକା ଏ ଶାସନ ଚାଲଇ
• ନୀଶାଦ ଜାଲେ ପଡ଼ି କପୋତ
• ଯନ୍ତ୍ରଣା ଜ୍ଵାଳା ଘୋର ବିଶାଦ
• ସେହିମତ୍ତେ ଗାଁ ଗଲାଣି ନିର୍ବାକ ହୋଇ ।।
