STORYMIRROR

Bharatabandhu Biswal

Tragedy Inspirational Others

3  

Bharatabandhu Biswal

Tragedy Inspirational Others

ହଜିଯାଇଛି ମାନବତା

ହଜିଯାଇଛି ମାନବତା

1 min
212

,

ଅନ୍ଧଗଳି ଭିତରେ ବହଳ ଅନ୍ଧାର

ମୁହଁ କୁ ଦିଶୁନି ମୁହଁ

ନିଷ୍ପ୍ରଭ ଅଣନିଃଶ୍ବାସୀ ଜୀବନ,

ହାଉଜାଉ ଅହଙ୍କାର,ସ୍ୱ।ର୍ଥ ପାଇଁ ଛକାପଞ୍ଝା

କନ୍ଦଳ ଅନର୍ଥ ।


ନାହିଁ ସୀମା ଲଜ୍ଜା ସରହଦ

ସ୍ନେହ ପ୍ରେମ ମୂଲ୍ୟବୋଧ ବିସ୍ମୃତିରେ

ବିଶ୍ୱାସ ଆଦର୍ଶ,

ଘାରୁଅଛି ତମ ନିଶା

କାଳ ଅଜଗର ପ୍ରାୟ ପ୍ରାବଲ୍ୟ ମୁଁ କାର,

ନିରାପଦ ମଣୁ ନାହିଁ ବ୍ୟକ୍ତି ଗୋଷ୍ଠୀ ପରିବାର ଅସହାୟ ମାନବ ସମାଜ,

ମିଳୁ ନାହିଁ ଥଳକୂଳ 

ଅତିକ୍ରମଣର ବ୍ୟାଧି ଅତି ଭୟାନକ

ଚତୁର୍ଦ୍ଦିଗେ ଶୁଭେ ହା ହା କାର ।


ମହକୁନି ସୁଗନ୍ଧ ସୈ।ରଭ

ତ୍ୟାଗ ସେବା ମଙ୍ଗଳ କାରଣେ,

ପ୍ରବୃତ୍ତି କୁ ଗ୍ରାସିଯାଏ ଆସୁରୀ ଲାଳସା

ଚମତ୍କାର ଅର୍ଥ ଚିନ୍ତା କ୍ଷମତାର ଲିପ୍ସା,

ହଜିଯାଏ ସ୍ୱଚ୍ଛନ୍ଦତା ସବୁଜିମା ସୁନ୍ଦର ସ୍ୱଚ୍ଛତା

ଅନ୍ଧାରିଆ ଅର୍ଗଳିରେ ଦୁର୍ବିସହ

ଜୀବନ ଯନ୍ତ୍ରଣା,

ଶ୍ୱ।ସକ୍ରିୟା କଷ୍ଟକର 

ହଜିଯାଏ ଧର୍ମ ମାନବତା ।


  



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy