ହଜି ଯାଉଥିବା ସମୟ ଓ ନୀରବି ଯାଉଥିବା ଭାଷା
ହଜି ଯାଉଥିବା ସମୟ ଓ ନୀରବି ଯାଉଥିବା ଭାଷା
ଏଇ କିଛି ଦିନ ହେଲା ମୁଁ ଅନୁଭବ କଲି
ଆମ ହାତ ପାହାନ୍ତରୁ ଯେଉଁ ସମୟଗୁଡାକ ହଜିଯାଉଛି
ତାକୁ ତ ଫେରି ପାଇବିନି,
କିନ୍ତୁ କିଛି ସ୍ମୃତିମାନଙ୍କ ରହିଯାଉଛି ଅବଶୋଷ |
ବିବର୍ତ୍ତନବାଦୀ ସଂସାରର ଋତୁଚକ୍ରରେ
ଧାଂ-ଧଉଡମୟ ପ୍ରତିଯୋଗିତାରେ
ହଜିଯାଉଛି କିଛି ଅଫେରନ୍ତା ସ୍ମୃତିର ମୁହୂର୍ତ୍ତ |
ସୁଖର ଇମାରତ ଗଢିବା ଭିତରେ
କିଛି ଅଚିହ୍ନା ଚେହେରା ଚିହ୍ନା ପାଲଟୁଛି,
ଆଉ ଚିହ୍ନା ଅଚିହ୍ନାରେ ବଦଳିଯାଉଛି |
ବଦଳି ଯାଉଛି ଚିହ୍ନାକଣ୍ଠର ସ୍ଵର ଓ ହସ
ନୀରବି ଯାଉଛି ଭିତରୁ ଆସୁଥିବା ଭାଷା ଓ ଭାବ |
'ଜଗତେ କେବଳ ଜନେ ହସିବେ' ନ୍ୟାୟରେ
ସେଇ ଶଗଡ ଗୁଳାର ରାସ୍ତାରେ ଚାଲିଛି ଜୀବନ |
ଏଇ କଣ ବିବର୍ତ୍ତନ ?
ଏଇ କଣ ପରିବର୍ତ୍ତନ ?
ଏଇ କଣ ନୂତନତ୍ତ୍ଵର ସନ୍ଧାନ,
ନା ସଂସାରର ନିୟମ ?
---ବୋଧ ହୁଏ, ଏହା ସମୟର ଆହ୍ଵାନ !