STORYMIRROR

Jagabandhu Sahu

Romance

2  

Jagabandhu Sahu

Romance

ହେପି ଟେଡି ଡେ

ହେପି ଟେଡି ଡେ

1 min
117

କଣ୍ଢେଇ ପରିକା   ରୂପଟି ତୋହରି

   ଆଲୋ ମୋ କଣ୍ଢେଇ ରାଣୀ

ଲାଜୁଆ ଆଖିରେ   ମୁରୁକି ହସରେ

     ମନ ନେଲୁ ମୋର କିଣି 

ଭୁଲି ପାରୁ ନାହିଁ   ରୂପଟି ତୋହରି

     ନିତି ହେଉ ଥାଏ ଗୁଣି 

ରୂପରେ ଗୁଣରେ  ଲାବଣ୍ୟବତୀ ତୁ

     ପାରିବେନି କେହି ଖୁଣି

କଣ୍ଢେଇ ଦିବସେ ଆଣିଛି ତୋ ପାଇଁ

     ସୁନା କଣ୍ଢେଇଟେ କିଣି

ଗୋଲାପି ଓଠରୁ   ପ୍ରିତୀର ପରସ 

     ଦେ ମୋ ହୃଦୟେ ବୁଣି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance