STORYMIRROR

Ghanashyam Biswal

Abstract

2  

Ghanashyam Biswal

Abstract

ହେବିନି ହତାଶ

ହେବିନି ହତାଶ

1 min
3.3K

ସରିଯାଉ ଜୀବନ ଜିଇଁବାର

ସବୁ ଆଶା ଆଉ ସପନ

ଭାଙ୍ଗିଯାଉ ପୁଣି

ନିରୀହ ମନ

କ୍ଷତାକ୍ତ ହେଉ ନିରୀହ ପ୍ରାଣ

ଜଳିପୋଡ଼ି ପାଉଁଶ ହେଉ

ଧନ ଜୀବନ

ମନପକ୍ଷୀ ହେଉ ପଙ୍ଗୁ ଆଉ ଅଥର୍ବ

ସୁଖ ପସରା ଧ୍ଵଂସ ହେଉ

ଅବେଳ ଝଡ଼ରେ

ଦୁଃଖର ବାତ୍ୟାରେ ଭାସିଯାଉ

ଆଶାର ଦୁର୍ବଳ ତରଙ୍ଗ

ନାରଖାର ହେଉ ସବୁ ପ୍ରଚେଷ୍ଟା

ଦେଇ ଆତ୍ମାହୁତି

ହୋମ ନିଆଁରେ

ସୁଖୀ ଯାଉ ଝରି ଝରି

ସାଇତା ଲୁହସବୁ

ଭସ୍ମ ହେଉ

ଜୀବନ ଯୋଜନା

ଯନ୍ତ୍ରଣା କୋହରେ

କୁହୁରି କୁହୁରି ହେଉ ନିଃସହାୟ

ହୃଦୟ

ହାରିବିନି

କି ସଂଘର୍ଷ ମୋର ହେବନାହିଁ ଶେଷ

ଆଉ ହେବିନି ମୁଁ ହତାଶ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract