Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jayashree Maharana

Children

3  

Jayashree Maharana

Children

ହେବି ମୁଁ ଜଗତଜିତା

ହେବି ମୁଁ ଜଗତଜିତା

1 min
248


କୁନି ହାତ ଯୋଡି ଡାକୁଛି ଈଶ୍ୱର

ଜାଣିନି ଭଜନ ଶ୍ଳୋକ

ଭରି ଦିଅ ମନେ ସାହସ ମୋହର

ସହିବି ଜୀବନେ ଦୁଃଖ ।


ବାପା ବୋଉ ମୋର ଚଳନ୍ତି ଠାକୁର

ପୂଜିବି ନିଇତି ତାଙ୍କୁ

ପୋଛି ଦେଇ ଲୁହ ଝରାଇ ଦେବି ମୁଁ

ହସର ଲହରୀ ମୁଖୁ ।


ଲୋଡ଼ା ନାହିଁ ମୋର ଧନ ଓ ସମ୍ପଦ

ମାଗୁଣି ମୋହର ଘେନ

ସଂସାରେ ସୁଖ୍ୟାତି ଅରଜିବା ପାଇଁ

ଭରିଦିଅ ହୃଦେ ଜ୍ଞାନ ।


ହରିଦିଅ ମନୁ ଗର୍ବ ଅହଂକାର

କପଟ ଛଳନା ମିଥ୍ୟା

ସତ୍ୟର ପଥରେ ଚାଲିବି ସର୍ବଦା

ଉଚ୍ଚ କରି ମୋର ମଥା ।


ଶିକ୍ଷାର ଆଶିଷ ଢାଳିଦିଅ ପ୍ରଭୁ

ହେବି ମୁଁ ଜଗତଜିତା

ସକାଳରୁ ସଞ୍ଜ ତୁଣ୍ଡେ ଗାଉଥିବି

ପବିତ୍ର ପୁରାଣ ଗୀତା ।



Rate this content
Log in

Similar oriya poem from Children