STORYMIRROR

Suresh chandra Padhy

Inspirational

3  

Suresh chandra Padhy

Inspirational

ହେବ ଜାଗର

ହେବ ଜାଗର

1 min
157

ରାତି ପାହିଲେ ହେବ ଜାଗର

ଯିବା ଲୋ ଶିବ ମନ୍ଦିର

ସଜନୀ ମୋର ଲୋ ସଜନୀ ମୋର

ଦେବ ଙ୍କ ଦେବ ସେ ମହା ଦେବ

ବାହାନ ଯାହାର ଅଟେ ବୃଷଭ

ଭୋଳା ବାବା ସେ ସବୁ ତ ଦେବେ

ଭକତ ଇଚ୍ଛା କୁ ପୁର୍ଣ୍ଣ କରିବେ

ମନ ଜାଣି ତୋ ସବୁ ତ ଦେବେ

ଯାଚି ଦେବେ ଲୋ ବର

ସଜନୀ ମୋର ଲୋ ସଜନୀ ମୋର

ଉଜାଗର ହୋଇ ଯିଏ ରହିବ

ଶିବ ଙ୍କ କରୁଣା ନିସ୍ଚେ ପାଇବ

ଦର୍ଶନ କରିବା ମହା ଦୀପ କୁ

ଅର୍ପଣ କରିବା ଗଙ୍ଗା ଜଳ କୁ

ବେଲ ପତର ଚଢାଇ ଦେବୁ

ଗାଇବୁ ଶିବ ମନ୍ତର

ସଜନୀ ମୋର ଲୋ ସଜନୀ ମୋର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational