STORYMIRROR

Hrushikesh Satpathy

Inspirational

3  

Hrushikesh Satpathy

Inspirational

ହେ ଯୀଶୁ, ବିଶ୍ୱ ପ୍ରାଣା

ହେ ଯୀଶୁ, ବିଶ୍ୱ ପ୍ରାଣା

1 min
2.4K


ଯୋଗ ଜନ୍ମା ପରି

ନୀରବ ନିଶ୍ଚଳ

ସ୍ଥିତପ୍ରଜ୍ଞ ଭୂମିକାରେ ।


ଆସିଥିଲ ତୁମେ

ଏ ଧରା ପୃଷ୍ଠାକୁ

ଜୀବନର ନାଟକରେ ।


ସେ ନାଟକେ ଥିଲା

ଅନ୍ଧ ଅତ୍ମୀୟତା

ଦରଦୀ ଭ୍ରୁଣର ଦ୍ରୁମ ।


ଯୀଶୁ ନାମାଙ୍କିତ

ଅମ୍ଳାନ ଆତ୍ମାରେ

ପାର୍ଥିବ ମାନବ ଧର୍ମ ।


ଅନ୍ତର୍ଦୃଷ୍ଟି ତୁମ

ଦେଖି ପାରିଥିଲା

ସମସ୍ତେ ତୁମ ଆତ୍ମଜ ।


ଜାତି,ଧର୍ମ,ବର୍ଣ୍ଣ

ସୁନିର୍ବିଶେଷରେ

ଅନୁଜ ଅବା ଅଗ୍ରଜ ।


ଦୟା, କ୍ଷମା, ପ୍ରେମ

ମାନବ ବାଦ କୁ

ପ୍ରାଞ୍ଜଳ ପ୍ରାଧାନ୍ୟ ଦେଇ ।


ବିଶ୍ୱକୁ ବିଶ୍ୱରେ

ଲୀନ କରିଥିଲ

ନିଜକୁ ବିଶ୍ୱେ ହଜେଇ ।


ନ୍ୟାୟର ସନ୍ତକ

ଅହିଂସା ରକ୍ଷକ

ଅନ୍ୟାୟ ଶିକାର ହେଲ ।


ସକଳଙ୍କ ପାଇଁ

ପୁଣ୍ୟ ମାଗି ମାଗି

ମୃତ୍ୟୁକୁ ଆହ୍ୱାନ କଲ ।


ପାପ ଚକ୍ରାନ୍ତର

ନିଷ୍ଠୁର ପ୍ରହାରେ

କ୍ରୁଶ ବିଦ୍ଧ ସିନା ହେଲ ।


ଜୀବନ୍ତ ସମାଧି

ପାଇଲା ପରେ ବି

ପାପୀ ଗଣେ କ୍ଷମା ଦେଲ ।


ଚାଲିଗଲ ସିନା

ମନ୍ତ୍ର ଦେଇ ଗଲ

ବିଶ୍ୱପ୍ରାଣ ମାନବତା ।


ତୁମରି ମନ୍ତ୍ରରେ

ସଂଯମ ସଂଚାରେ

ମାନବୀୟ ଏ ସଭ୍ୟତା ।


ଆଜି ପୁଣ୍ୟ ତିଥି

ଗାଏ ତୁମ ଗୀତି

ହେ ଯୀଶୁ, ଆତ୍ମା ଅମର ।


ତୁମରି ଅଦର୍ଶେ

ସଂସ୍କାର ଉତ୍କର୍ଷେ

ଏ ବିଶ୍ୱ ହେଉ ଭାସ୍ୱର ।


Rate this content
Log in

Similar oriya poem from Inspirational