STORYMIRROR

Sagar Kumar Parida

Abstract Children

3  

Sagar Kumar Parida

Abstract Children

ହେ ଉତ୍କଳ ମଣି

ହେ ଉତ୍କଳ ମଣି

1 min
332

ହେ ଚିର ନମସ୍ୟ ମହାନ ପୁରୁଷ

କୀର୍ତ୍ତିରାଜି ତଵ ଉତ୍କଳେ ପ୍ରକାଶ,

ଉତ୍କଳ ମାତାର ସୁଯୋଗ୍ୟ ସନ୍ତାନ

କର୍ମବୀର ତ୍ୟାଗପୂତର ଜୀବନ।।


ନୀଳାଚଳ ଧାମେ ଭାର୍ଗବୀ ତଟିନୀ

ସମୀପେ ସୁଆଣ୍ଡୋ କୀର୍ତ୍ତୀ କିରୀଟିନୀ

କୋଟି ଓଡ଼ିଆଙ୍କ ପୂର୍ଣ୍ଣ ତୀର୍ଥସ୍ଥଳୀ

ପ୍ରଣମତି ପୁଣ୍ୟ ମାଟି ମାଥେ ବୋଳି


ଆଦର୍ଶ ଶିକ୍ଷକ କବି ଦାର୍ଶନିକ

ଓଡ଼ିଆ ଭାଷାର ମହାନ ରକ୍ଷକ,

ନିଜ ପୁତ୍ର ଛାଡି ମରଣର ଶେଯେ

ଧାଇଁ ଯାଉଥିଲ ଦୁଃଖୀରଙ୍କି କାର୍ଯ୍ୟେ।।


ବନ୍ଦୀ ଆତ୍ମକଥା, ଅବକାଶ ଚିନ୍ତା

ଗୋ ମହାତ୍ମା, ଧର୍ମପଦ, ନଚିକେତା,

ଓଡ଼ିଆ ଭାଷାର ଅମୁଲ୍ୟ ସମ୍ପଦ

ସୃଷ୍ଟି ତଵ ଦ୍ୱାରା ଏ ଅମୁଲ୍ୟ ଗ୍ରନ୍ଥ।।


ବନ୍ୟା ପ୍ରପୀଡ଼ିତ ବ୍ୟାଧିଗ୍ରସ୍ତ ନରେ

ସେବା କରୁଥିଲ ଯାଇ ଅକୁଣ୍ଠରେ,

ପର ଦୁଃଖେ ନେତ୍ରୁ ବହୁଥିଲା ନୀର

ଦେଶ ସେବା ଵ୍ରତେ ସଦା ତତପର ।।


ଉତ୍କଳ ଦର୍ପଣ ସମାଜ ଯାହାର

ପ୍ରଚାରଇ ଜନେ ଦୈନିକ ଖବର,

ଜାତି ଗଠନର ଦକ୍ଷ ରୂପକାର

କଲ ସତ୍ୟ ସେବା ଅଂହିସା ପ୍ରଚାର।।


ପର ଉପକାର ପୁଣ୍ୟମୟ ବ୍ରତ

ଶିଖାଇ ଗଲହେ ଦିବ୍ୟ ମହାସନ୍ଥ

ସମଗ୍ର ଉତ୍କଳ କରୁଛି ପ୍ରଣାମ

ହେ ମହାମହୀମ୍ନ ଚିର ଜୋତିସ୍ନାନ



Rate this content
Log in

Similar oriya poem from Abstract