ହେ ତୁଠ ପଥର ଶିଉଳୀ !
ହେ ତୁଠ ପଥର ଶିଉଳୀ !
ହେ ପୋଖରୀ ତୁଠ ପଥର ଶିଉଳି ,
ସଦ୍ୟସ୍ନାତା କୁମାରୀ ଦେହୁ ନିଗିଡା ନୀର ପରଶେ ତୁ ଉଧୃତି ,
ସୁକୁମାରୀ କୁମାରୀ ପାଦ ଚିହ୍ନକୁ ରଖିଛୁ ଦେହେ ବୋଳି ,
ସତେ ଯେ ତୁ ଭାବୁ ସେ ଅମୃତ ବୋଲି ।। - - - ୧
ମାଟିଆ ମାଟିଆ ଦେହେ ତୋର ,
ଛିଞ୍ଚା ହୋଇଥାଏ ରଙ୍ଗ ସବୁଜର ,
ଦେହୁ ନିଗିଡା ପାଣି କେବେ ଅଳତା ଧାର ତୋ ଆଧାର ,
ହେଲେ ଆଜି କିଆଁ ଦିଶୁ ହଳଦୀ ହଳଦୀ କହ କାରଣ ତାର ।। - - - ୨
ତୋ ଦେହ କିଏ କଲା ଏତେ ହଳଦୀ ,
କିଏ ସେ ତା ଦେହେ ଏତେ ମାଖି ଯାଇଛି ହଳଦୀ ,
ସେ ହଳଦୀ ବାସରୁ ମୋ ପ୍ରିୟତମା ବାସ ଆସେ ଚହଟି ,
ସେ ବାସରେ ମୋ ମନ ହୁଏ ଯେ ଛନ୍ଦି ।। - - - ୩
କେତେ ଭାଗ୍ୟବତୀ ପୋଖରୀ ତୁଠ ପଥରର ତୁ ଯେ ଶିଉଳି ! ,
ମୋ ମାନସୀ ସୁକୋମଳ ପାଦରୁ ଗଡ଼ା ହଳଦୀ ଦେହେ ତୁ ହୋଇଛି ବୋଳି ,
ପ୍ରିୟା ମୋର ଜାଣେନି ମୁଁ ମନେ ମନେ ତାକୁ ଭଲ ପାଉଛି ବୋଲି ,
ମୋ ମନ କଥା ଜଣେଇବୁ ତାକୁ ରାଣ ଦେଲି ତୋତେ ହେ ଶିଉଳୀ ।। - - - ୪