STORYMIRROR

Hasyamayee Raj

Inspirational

4  

Hasyamayee Raj

Inspirational

ହେ ସୁଯୋଗ-ତୁମେ ମହାମାନ୍ଯ

ହେ ସୁଯୋଗ-ତୁମେ ମହାମାନ୍ଯ

1 min
23.1K


ବାରମ୍ବାର ଆସେନାହିଁ

ଜୀବନରେ ସୁଯୋଗ

ହାତଛଡା କରିବାନି

ଆସେ ସିଏ

ପୂରଣ କରିବାକୁ

ଆମ ଭାବାବେଗ

କରିବା ନିଶ୍ଚିତ ତାକୁ ଭୋଗ

ତାହେଲେ ଜୀବନଟା

ହେବ ଉପଭୋଗ୍ୟ ।।


ସୁଯୋଗ ଆସେ ପୁଣି

ହସି ହସି କହୁଥାଏ

ବୁଝିଯାଅ ବନ୍ଧୁ ମୋତେ

କରହେ ସ୍ବାଗତ

ମୁଁ ଯେ ଆସିଛି

ଭାବନାକୁ ଦେବି ଜୀବନ୍ଯାସ

ବଢିବ ବିସ୍ତୃତି ତୁମ

ହେବ ପୁଣି ଜୀବନଟା

ଚିତ୍ରିତ ବିନ୍ଯାସ ।।


ସୁଯୋଗକୁ କରିଦିଏ

ଯିଏ ସେ ନିଜର

ଏଡେଇ ଦେଇ ଯେତେ

ପ୍ରତିବନ୍ଧକ ଓ ପ୍ରତିକୂଳ ସ୍ବର

ସୁଦୂର ପ୍ରସାରୀ ହୁଏ ଲାଭ ତାର ।

ସହିବାକୁ କଷ୍ଟ ତ ଏ ଜୀବନ

ସେହି କଷ୍ଟ ସହି ଯିଏ ସାଥ୍ ଦିଏ ତାକୁ

ସେ ହୁଏ ଭାଗ୍ୟବାନ୍

ହୁଏ ସେ ମହାନ ।।


ସୁଯୋଗକୁ ହାତଛଡା କରେ ଯିଏ

ମୁଁହ ମୋଡି ଚାଲିଯାଏ ସିଏ

ଆଉ କହିଯାଏ

ଆସିବିନି ଆଉ କେବେ ଭାବୁଥିବ ବସି

ମନେ ପକେଇବ ମୋତେ

ଲୁହକୁ ଯେ କରିଥିବ ସାଥୀ

ଯେତେ ମୋତେ ସ୍ମରୁଥିବ

ବଢୁଥିବ ହୃଦୟର ତାତି

ସରିବନି ତୁମ ଅମାରାତି ।।


ହେ ସୁଯୋଗ !

କାହିଁକି ଯେ ଆସନି ତୁମେ ବାରମ୍ବାର

ଭୂଲ୍ ଠିକ୍ କରି ଟିକେ ବିଚାର

ମୁଢ ମାନବ ପରା ବୁଝିପାରେ ନାହିଁ

ସହଜରେ ତୁମକୁ

ଭାବିଦିଏ କାଳେ ତୁମେ

ପାଲଟିଯିବ ତା ଦୁର୍ଯୋଗ

ଥରେ ହେଲେ ଦେଇ ଦିଅନ୍ତନି କ୍ଷମା

ହେଲେ ତମେ !

ଯେମିତି ମୂଲ୍ୟବାନ

ସେମିତି ବି ହୃଦୟହୀନ

ଥରେ ତୁମେ ପ୍ରାଣଭରି ଚାହିଁଥାଅ ସିନା

ଆଉ କେବେବି ଚାହିଁବାକୁ

କରନାହିଁ ମନ ।।


ହେଲେ ଜୀବନରେ

ସମସ୍ତଙ୍କୁ ମିଳେନାହିଁ

ତୁମର ଅମୂଲ୍ୟ ଦାନ

ସିଏ ହିଁ ପାଏ ତୁମକୁ

ଯାହାର ଥାଏ

କୋଟି ଜନମର ପୂଣ୍ୟ

ହେ ବନ୍ଧୁ ! ନମସ୍ଯ

ମୁଁ ଯେ ମୁଢ ଅକିଞ୍ଚନ

ପ୍ଲାବିତ କରିଦିଅ ଥରେ ମାତ୍ର

ଜଗେଇ ଦେଇ ମୋର ଜ୍ଞାନ

ତାହେଲେ ମୁଁ

ହୋଇଯିବି ଧନ୍ଯ

ହେ ମହାମାନ୍ଯ !

ହେ ମହାମାନ୍ଯ !!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational