STORYMIRROR

Ansuman Swain

Classics Others

2  

Ansuman Swain

Classics Others

ହେ ସଂସାର ନାଉରୀ

ହେ ସଂସାର ନାଉରୀ

1 min
87


ଶୁଣ ମୋ ଗୁହାରୀ 

       ସଂସାର ନାଉରୀ 

ସଂସାର ସାଗରୁ

      କର ମୋତେ ପାରି .......

ରକ୍ତ ମାଂସ ଗଢ଼ା 

     ଏହି ମୋ ଶରୀର 

ପ୍ରତି ମୁହୂର୍ତ୍ତରେ 

      ପିଉଛି ଯହର

ବଞ୍ଚିବାର ଆଶା

      ନାହିଁ ଗିରିଧାରୀ 

ବେଳୁ ବେଳ ମୋତେ

      ଲାଗୁ ଅଛି ଭାରୀ

ଶୁଣ ମୋ ଗୁହାରୀ

            ସଂସାର ନାଉରୀ 

ସଂସାର ସାଗରୁ

           କର ମୋତେ ପାରି ........

ଏ କୂଳ ସେ କୂଳ

     ହୋଇ ସାରିଲିଣି 

ତୁମର ନଜର 

     ପଡୁନି କେଜାଣି 

ଏ ସଂସାର ନୌକା 

      ତମରି ହସ୍ତରେ 

କେବେ ବାହି ନିଅ

    କେଉଁ ଭାବ ଧାରେ

କେତେ ଆକୁଳରେ 

     ଡାକୁଛି ତମକୁ 

ଶୁଭା ଯାଉ ନାହିଁ 

     ପ୍ରଭୁ ହେ ତମକୁ 

ଏତକି ମିନତୀ

   ଶୁଣ ବେଣୁପାଣୀ

ସଂସାର ଜଞ୍ଜାଳୁ 

    ନିଅ ମୋତେ ଟାଣି

ଶୁଣ ମୋ ଗୁହାରୀ 

            ସଂସାର ନାଉରୀ 

ସଂସାର ସାଗରୁ

           କର ମୋତେ ପାରି .......


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics