STORYMIRROR

Kabiratna Nutan Kumar Behera

Inspirational

3  

Kabiratna Nutan Kumar Behera

Inspirational

ହେ ସଖା ! ମୋ ସାରଥୀ

ହେ ସଖା ! ମୋ ସାରଥୀ

1 min
157

ହେ ସଖା ! ମୋ ସାରଥୀ

କହିଲେ ବିନୟେ ବୀର ଅର୍ଜୁନ

ଦେଖାଛ ମୋତେ ଅତିବ ସୁଦୟା

ସଂସାରରେ କରି ଏ ଅଧମକୁ ସଖା,

ତୁମଠାରୁ ମୁଁ କେଉଁ ଗୁଣେ ସରି

ମୁଁ ଯେ ଅତି ନଗଣ୍ୟ କ୍ଷୁଦ୍ର ମାନବ

ଏ ତୁମର ବଡ଼ ପଣ ଉଦାରତା

କରିଛ ସବୁ କରିବାକୁ ମୋ ସୁରକ୍ଷା।

ଅଜ୍ଞାନ ଅକିଞ୍ଚନ ଯେ ମୁଁ

ତୁମେ ରଥୀ ମହାରଥୀଙ୍କଠାରୁ

ଶ୍ରେଷ୍ଠର ଶୀର୍ଷରେ ମହାମହିମ

ମହାରଥୀ ମୋ ରଥର ସାରଥୀ,

ପୂର୍ବର କେଉଁ ପୂଣ୍ୟଫଳ ପାଇ

ତୁମକୁ ପାଇ ହୋଇଛି ଧନ୍ୟ

ଊଣା ହେବ ତୁମକୁ ଦେଲେ ମୁଁ

ଯେତେ ବି କୃତଜ୍ଞତାର ମାନ୍ୟ

ମୁଁ ଯେ ତୁମର ଶରଣାର୍ଥୀ।

ଅଜ୍ଞାନତା ଫେଡି଼ ମୋର

କରିଛ 'ଗୀତାଜ୍ଞାନ'ର ଅମୃତଦାନ

ଶିଖିଇଲ ଜ୍ଞାନଯୋଗ କର୍ମଯୋଗ

କୁରୁକ୍ଷେତ୍ରେ ହେଲି ମୁଁ ଅବତୀର୍ଣ୍ଣ,

ରଥ ମୋର ଯେଉଁଆଡେ ନେଲ

ଯୁଝିଲି ତୁମରି ନିର୍ଦ୍ଦେଶରେ

ଗୁରୁ ଦ୍ରୋଣାଚାର୍ଯ୍ୟ ପିତାମହ ଭୀଷ୍ମ

ପୁଣି କର୍ଣ୍ଣ ଦୁର୍ଯ୍ୟୋଧନର ସାଥେ

କରି ତୁମୁଳ ମହାସଂଗ୍ରାମ

ଶତ୍ରୁମାନଙ୍କୁ କଲି ନିଧନ।

କୁରୁକ୍ଷେତ୍ରର ବିସ୍ତୀର୍ଣ୍ଣ ପ୍ରାନ୍ତର

ରକ୍ତେରଞ୍ଜିତ ହେଲା ଶ୍ମଶାନ

ଅନ୍ୟାୟ ବିରୁଦ୍ଧରେ କରାଇ ଯୁଦ୍ଧ

ପ୍ରତିଷ୍ଠା କରି ରଖିଲ ନ୍ୟାୟ

ହେଲା ଧର୍ମର ସ୍ୱତନ୍ତ୍ର ମହାବିଜୟ

ତ୍ରାହି ତ୍ରାହି କଲେ ସାଧୁସନ୍ଥ,

ହେ ସଖା ! ମୋ ପ୍ରିୟତମ 

ତୁମେ ତ ପୁରୁଷୋତ୍ତମ ଅନାଦି

ମୋ ମନକୁ ପ୍ରଶ୍ନ ଆସେ 

ଲାଗେ ଆଶ୍ଚର୍ଯ୍ୟ ହୁଏ ବିସ୍ମୟ

ଏ ମଣିଷ ହୁଏ କାହିଁକି ରାକ୍ଷସ 

ପଢି ବି ପବିତ୍ର 'ଗୀତା' ମହାଗ୍ରନ୍ଥ ?

-=- -=-(କ୍ରମଶଃ.....)-=- -=-



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational