STORYMIRROR

Debabrata Mishra

Abstract Inspirational Others

3  

Debabrata Mishra

Abstract Inspirational Others

ହେ ଶ୍ରୀରାମ

ହେ ଶ୍ରୀରାମ

1 min
230


ହେ କୌଶଲ୍ୟା ନନ୍ଦନ କରୁଛି ବନ୍ଦନ

ତୁମ ନାମ ନେଇ ବିତୁ ଏ ଛାର ଜୀବନ ।


ହେ ଦଶରଥ ପୁତ୍ର ଅଯୋଧ୍ୟା ସମ୍ରାଟ

ତୁମରି ଆଶିଷେ ଆମ୍ଭେ ଚାଲୁଥାଉ ବାଟ ।


ହେ ଜଗତସ୍ୱାମୀ ମା' ସୀତାଙ୍କର ପତି

ସାରା ସଂସାରରେ ତୁମପାଇଁ ଅଛି ଭକ୍ତି ।


ହେ ରଘୁକୂଳ ବୀର ମର୍ଯ୍ୟାଦା ପୁରୁଷ

ବନବାସ ଗଲ ମାନି ପିତାଙ୍କ ଆଦେଶ ।


ହେ ସତ୍ଯର ପ୍ରତୀକ ତୁମେ ଲକ୍ଷ୍ମଣଙ୍କ ଭ୍ରାତା

ଗାଉଥାଉ ପ୍ରଭୁ ସଦା ଜନ ତୁମ ସତ୍ଯ ଗାଥା ।


ହେ ରାମଚନ୍ଦ୍ର ତୁମେ ପ୍ରଜାହିତୈଷି ଶାସକ

ତୁମ ହାତେ ଉଦ୍ଧାରହେ କେ ବଧିର-ମୁକ ।


ତୁମରି କଥାହିଁ ଶିଖାଏ ଜୀବନର ମନ୍ତ୍ର

ମହିମା ତୁମ ଅପାର ହେ ବଂଚୁ ଗଣତନ୍ତ୍ର । 



Rate this content
Log in

Similar oriya poem from Abstract