STORYMIRROR

Sagar Kumar Parida

Abstract Inspirational

3  

Sagar Kumar Parida

Abstract Inspirational

ହେ ଶିକ୍ଷକ

ହେ ଶିକ୍ଷକ

1 min
195

ହେ ଶିକ୍ଷକ ତୁମେ ପଥ ପ୍ରଦର୍ଶକ

ଆମରି ଜାତିର ଗର୍ବ,

ତୁମେ ହିଁ ଗଢୁଛ ସୁନ୍ଦର ସମାଜ

ତୁମ ପରି କିଏ ହେବ ।।

ଅଜ୍ଞାନ ତିମିର ହଟାଇଣ ମନୁ

ଜ୍ଞାନର ଜ୍ୟୋତି ଜଳାଅ,

କେତେ ନୂଆ ନୂଆ କଥାକୁ ଜଣାଇ

ଆମରି ମନକୁ ମୋହ ।।

ଆଗକୁ ଯିବାକୁ ଦେଖାଉଛ ବାଟ

ଜ୍ଞାନ ରାଜ୍ୟ ବୃଦ୍ଧିକରି,

ଦେଶର ସେବାକୁ ଦେଇଛ ପ୍ରାଧାନ୍ୟ

ନିଜ କାମ ପଛେ ଛାଡି।।

ଶ୍ରେଣୀରେ ଅନେକ କାହାଣୀକୁ କୁହ

ମନରେ ଉତ୍ସାହ ଭରି

ଅଙ୍କା ବଙ୍କା ଏହି ଜୀବନ ପଥରେ

ନ ଯିବାକୁ କେବେ ହାରି ।।

ତୁମ ଦିବ୍ୟସ୍ପର୍ଶ ପାଇଛି ଯେ ଶିଷ୍ୟ

ହୋଇଛି ଭଲ ମଣିଷ,

ଜୀବନରେ କେତେ ଭଲ କାମ କରି

ଲଭିଛି ଅନେକ ଯଶ।।

ବିଦ୍ୟାଳୟ ରୂପି ବିଦ୍ୟା ମନ୍ଦିରରେ

ଗଢ଼ ଜାତି ଭବିଷ୍ୟତ,

ଭୁଲିବୁନି କେବେ ତୁମରି ଦାନକୁ

ତୁମେ ହିଁ ଆମ ନମସ୍ୟ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract